Home ଜିଲ୍ଲା ପରିକ୍ରମା ଶ୍ରୀ ରାମକୃଷ୍ଣ ସେବା ସଂଘ ପକ୍ଷରୁ ଶ୍ରୀଶ୍ରୀ ମା ସାରଦା ଦେବୀଙ୍କ ୧୬୭ତମ ଜନ୍ମଉତ୍ସବ ପାଳିତ

ଶ୍ରୀ ରାମକୃଷ୍ଣ ସେବା ସଂଘ ପକ୍ଷରୁ ଶ୍ରୀଶ୍ରୀ ମା ସାରଦା ଦେବୀଙ୍କ ୧୬୭ତମ ଜନ୍ମଉତ୍ସବ ପାଳିତ

196

ମାଲକାନଗିରି,୧୮ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ରିକ୍ଲାମେସନ କଲୋନି ଠାରେ ଥିବା ଶ୍ରୀ ରାମକୃଷ୍ଣ ସେବା ସଂଘ ଆଶ୍ରମ ଠାରେ ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କ ୧୬୭ତମ ଜନ୍ମଉତ୍ସବ ପାଳିତ ହୋଇଯାଇଛି । ଆଜି ସକାଳେ ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କ ଫଟୋ ଚିତ୍ରକୁ ସୁସଜିତ ରଥରେ ରଖା ଯାଇ ଶତାଧିକ ମହିଳା ଓ ପୁରଷ ଭକ୍ତମାନେ ସହର ପରିକ୍ରମା କରିଥିଲେ । ପ୍ରତରେ  ଅଶ୍ରମ ପରିସରେ ମଙ୍ଗଳ ଅରତୀ,ଭକ୍ତି ସଂଗୀତ,ପୁସ୍ପାଜଂଳି,ମାତୃସଙ୍ଗୀତ ସହ ଧ୍ୟାନ,ସାଂପ୍ରତିକ ସମୟରେ ଶ୍ରୀ ଶ୍ରୀ ରାମକୃଷ୍ଣ ଓ ଶ୍ରୀ ଶ୍ରୀ ମା ସାରଦା ଦେବୀ ଙ୍କ ଦିବ୍ୟ ସମାଜ ଓ ଦିବ୍ୟ ସଂଗଠନ,ପ୍ରବଚନ,ରୂପାନ୍ତର ଯୋଗରେ ନାମଜପ,ସମର୍ପଣ, ବ୍ୟାୟମ, ଯୋଗାସନ ଓ ପ୍ରଣାୟମ ଆଦି କାର୍ଯ୍ୟକ୍ରମ ପରେ ବଲ୍ୟଭୋଗ ହୋଇଥିଲା । ପୁର୍ବାହ୍ନ୍ନରେ ଜିଲ୍ଲାହସପିଟାଲରେ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ ବଟଂନ କରାଯାଇଥିଲା । ମଧ୍ୟାହ୍ନରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଅତିଥି ଭାବେ ଯୋଗଦେଇ ଗରିବ ବୃଦ୍ଦା ବୃଦ୍ଧଙ୍କୁ  କମ୍ବଳ ବଟଂନ କରିଥିଲେ । ପ୍ରସାଦ ସେବାନ ପରେ ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କ ବାଣୀପ୍ରଚାର ହେବାସହିତ ସଂନ୍ଧ୍ୟାରେ କିର୍ତନ,ନାମ ସଂଙ୍କିର୍ତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ସେବା ସଂଘର ସଭାପତି ଉତମ ସାହା,ଉପସଭାପତି ଶଙ୍କର ସାହା,ସଂପାଦକ ସହଦେବ ମଣ୍ଡଳ,ତାରକମଣ୍ଡଳ,ସଜଂୟ ସରକାର ପ୍ରମୁଖ ଭକ୍ତ ଓ ବରିଷ୍ଟ ସାଧକମାନେ ଉପସ୍ଥିତ ରହି ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କ ଦର୍ଶନ ଓ ପୂର୍ଣ୍ଣ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଏହି ଜନ୍ମଉତ୍ସବରେ  ଜିଲ୍ଲା ତଥା ଜିଲ୍ଲାବାହରରୁ ଶତାଧିକ ଭକ୍ତମାନେ ଯୋଗଦେଇ ନାମ ଶଙ୍କିର୍ତନରେ  ଭାଗନେଇ ପ୍ରସାଦ ସେବନ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.