Home ଜିଲ୍ଲା ପରିକ୍ରମା ମାଲକାନଗିରି ପୌରପରିଷଦ ରେ ମୋ ସରକାର କକ୍ଷ ଉଦଘାଟିତ

ମାଲକାନଗିରି ପୌରପରିଷଦ ରେ ମୋ ସରକାର କକ୍ଷ ଉଦଘାଟିତ

113

ମାଲକାନଗିରି,୧୮ା୧୨ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ କାର୍ଯ୍ୟାଳୟ ଠାରେ ରାଜ୍ୟସରକାର ଙ୍କ ଫାଇବ୍ ଟି ଓ ମୋ ସରକାର ସ୍ୱତନ୍ତ୍ର ହେଲ୍ପଲାଇନ କକ୍ଷ  ଆଜି ଠାରୁ ସୁଭାରମ୍ଭ ହୋଇଛି । ଏହି ନୂତନ କକ୍ଷକୁ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରଛନ୍ତି । ପୌରପରିଷଦ ରେ ବସବାସ କରୁଥିବା ସମସ୍ତ ନାଗରିକ ପାଇଭ ଟି ଓ ମୋ ସରକାର ର କାର୍ଯ୍ୟକ୍ରମ ସଂପର୍କରେ ଜାଣିବା ସହିତ ସମସ୍ତ ପ୍ରକାର ସରକାରି ସୁବିଧା ସୁଯୋଗ ପାଇବେ ସେଥିପ୍ରତି ଯତ୍ନବାନ ହେବାସହିତ ବିଭିନ୍ନ କାର୍ଯ୍ୟପାଇଁ କାର୍ଯ୍ୟାଳୟ କୁ ଆସୁଥିବା ଲୋକମାନଙ୍କୁ ଉତମ ସେବା ଯୋଗାଇ ଦେବାସହ ସେମାନଙ୍କ ମତାମତ ସଂଗ୍ରହ କରିବା,ମୋ ସରକାର ସେଲ ଦିନ୧୦ଟା ଠାରୁ  ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲାରହି ସହରବାସୀ ଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରି ଜିଲ୍ଲାପାଳ ଜଗଦିସ କାର୍ତାମି, ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ,ସହକାରୀ ନିର୍ବାହି ଯନ୍ତ୍ରୀ ଇନ୍ଦୁମାଧବ ସରକାର,ସ୍ୱଚ୍ଛମିଶନର କନିଷ୍ଟ ଯନ୍ତ୍ରୀ ଲିଙ୍ଗାରଜ ପାଳ,କନିଷ୍ଠ ଯନ୍ତ୍ରୀ କରଣ ବୁରୁଦା,ପଦ୍ମନାଭ ବେଟୀ,କାର୍ଯ୍ୟାଳୟ ସହାୟକ ସଜଂୟକୁମାର ସାହୁ,ସୁଶାନ୍ତ କୁମାର ଦାଶ ପ୍ରମୁଖ ପୌରକର୍ମଚାରୀ ଉପସ୍ଥିତ ଥିଲେ ।  କୁନା ମାଝୀ,ସଂଗୀତା ପଟନାୟକ,ଅନିତା ଦଳେଇ ଏହି ସେଲ ର ହେଲ୍ପ ଲାଇନ ଦାଇତ୍ୱରେ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.