Home ଜିଲ୍ଲା ପରିକ୍ରମା ଜିଲ୍ଲା ଅବକାରି ବିଭାଗ ର ରେକର୍ଡ, ୬୧୮କୋଟି୮୪ଲକ୍ଷ ୭୩ହଜାର ଟଙ୍କାର ଗଜେଂଇ ଗଛ ପୋଡିନଷ୍ଠ,୧କୋଟି୮୦ଲକ୍ଷଟଙ୍କାର ଚୋରା...

ଜିଲ୍ଲା ଅବକାରି ବିଭାଗ ର ରେକର୍ଡ, ୬୧୮କୋଟି୮୪ଲକ୍ଷ ୭୩ହଜାର ଟଙ୍କାର ଗଜେଂଇ ଗଛ ପୋଡିନଷ୍ଠ,୧କୋଟି୮୦ଲକ୍ଷଟଙ୍କାର ଚୋରା ଗଜେଂଇ ଜବତ ୭୬ଜଣ ଗିରଫ

373

ମାଲକାନଗିରି,୧୮ । ୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଘଚଂ ଜଙ୍ଗଲ ପାହଡ ତଳେ ଥିବା ପ୍ରାୟ୧୦ହଜାର ହେକ୍ଟର ସରକାରି ଜମିରେ ସବୁଜ ଜହର ର ବେଆଇନ ଗଜେଂଇ ଚାଷ ଚାଲିଛି । ଏହି ବେଆଇନ ଗଜେଂଇ ଚାଷକୁ ନଷ୍ଟକରିବା ଓ ରୋକିବାପାଇଁ  ଜିଲ୍ଲାପାଳ ମନୀଷଅଗ୍ରଓ୍ବାଲ,ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଓ ପୁଲିସ  ସ୍ୱତନ୍ତ୍ର ଟିମ ଗଠନକରାଯାଇ ବିଭିନ୍ନ ଅଚଂଳରେ ଚଢାଉ ଚାଲିଛି ।  ଗତ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ  ଜିଲ୍ଲାର ବିଭିନ୍ନ ଅଚଂଳରେ ବେଆଇନଭାବେ  ହୋଇଥିବା ଗଜେଂଇ ଚାଷଉପରେ ଚଢାଉକରି ୨୦ମାସ ମଧ୍ୟରେ୬୧୮କୋଟି୮୪ଲକ୍ଷ ୭୩ହଜାର ଟଙ୍କାର ଗଜେଂଇ ଚାଷ ନଷ୍ଠ,୧କୋଟି୮୦ଲକ୍ଷଟଙ୍କାର ଗଜେଂଇ ଜବତ୭୬ଜଣ ଚୋରା ଗଜେଂଇ ଚାଲାଣକାରି ଙ୍କୁ ଗିରଫ କରି ରେକର୍ଡହାସଲ କରିଛନ୍ତି । ।  ଗତ୨୦୧୮-୧୯ ଆର୍ଥିକ ବର୍ଷରେ ୨୬୭୨୦୭୩ ଗଜେଂଇ ଗଛ କଟାଯାଇ ପୋଡାହୋଇ ନଷ୍ଠ କରିଦିଆ ଯାଇଛି ,ଯାହାରସରକାରି ମୂଲ୍ୟ ୨୬୭କୋଟି୨୦ଲକ୍ଷ ୭୩ ହଜାର ଟଙ୍କା,୨୦୧୯-୨୦ଆର୍ଥିକ ବର୍ଷରେ ୩୫୧୬୫୦୦ ଗଜେଂଇ ଗଛ ନଷ୍ଠ କରିଦିଆ ଯାଇଛି ।ଏହାର ମୂଲ୍ୟ ୩୫୨କୋଟି୬ଲ କ୍ଷ ୫୦ହଜାରଟଙ୍କା ହେବ ।ଠିକ ସେହିପରି  ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉକରାଯାଇ ୨୦୧୮-୧୯ ଆର୍ଥିକ ବର୍ଷରେ ୩୦ଟି କେସ ହେବାସହିତ ୧୮୦୫.୬୭୦କେଜି ଗଜେଂଇ (ମୂଲ୍ୟ ୯୦୨୮୩୫୦ଟଙ୍କା)୮ଟି ଗାଡି ଜବତ ହୋଇ ୩୮ଜଣ ଚୋରାବେପାରି ଙ୍କୁ ଗିରଫ କରାଯାଇଛି ।୨୦୧୯-୨୦ ଆର୍ଥିକ ବର୍ଷରେ ୨୩ଟି କେସ ରୁଜୁହୋଇ ୧୭୯୨.୫୦୦କେଜି ଗଜେଂଇ(ମୁଲ୍ୟ ୮୯୬୨୫୦୦ଟଙ୍କା), ୧୧ଟି ଗାଡିଜବତ ହୋଇ୩୮ଜଣଙ୍କୁ ଗିରଫ କରାଯାଇଛି, ବେଆଇନ ଗଜେଂଇ ଚାଷ ପୋଡି ନଷ୍ଠକରିବା ଓ ଚୋରାଗଜେଂଇ ଚାଲାଣ କୁ ରୋକିବା ପାଇଁ ଜିଲ୍ଲାଅବକାରୀ ବିଭାଗ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ଚାଲିଛି ବୋଲି ଅବକାରୀ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ସୁଚନା ଦେଇଛନ୍ତି । ଆଦିବାସୀ  ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଜେଂଇ ଚାଷ ଓ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି । ଚିତ୍ରକୋଣ୍ଡା,ମାଥିଲି, କାଲିମେଳା, ଖଇରପୁଟ,କୋରକୁଣ୍ଡା,ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ସରକାରୀ ଜଙ୍ଗଲ ଜମିରେ ଚୋରାଗଜେଂଇ ଚାଷ ହୋଇଥାଏ ,ଏହି ସବୁଅଚଂଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ,ଏହାରି ସୁଯୋଗରେ ଚୋରାଗଜେଂଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଜେଂଇ ଚାଲାଣ କରି  ଲାଭବାନ ହୋଇଥାନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.