Home ଜିଲ୍ଲା ପରିକ୍ରମା ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବିଶ୍ୱ ମଧୁମେହ ଦିବସ

32

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବାଲେଶ୍ୱରରେ ବିଶ୍ୱ ମଧୁମେୟ ଦିବସ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସକାଳେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା। ସହରର ସିନେମାଛକସ୍ଥିତ ଶ୍ରୀ ପଲି କ୍ଲିନିକ୍ ନିକଟରରୁ ଏହି ଶୋଭାଯାତ୍ରା ବାହାରିଥିଲା। କ୍ଲିନିକ୍‌ର ମୁଖ୍ୟ ଡାକ୍ତର ଅମୂଲ୍ୟ କୁମାର ଦାସ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ମଧୁମେହ ରୋଗର ଭୟାବହତା ଓ ନିରାମରଣ ସମ୍ପର୍କରେ ଆଲୋକପାତ କରିଥିଲେ। ନିୟମିତ ଉତ୍ତମ ଚିକିତ୍ସା ଦ୍ୱାରା ମଧୁମେୟ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇପାରିବେ ବୋଲି ଡାକ୍ତର ଦାସ ସୂଚନା ଦେଇଥିଲେ। ପରେ ଏହି ଶୋଭାଯାତ୍ରା ସିନେମାଛକରୁ ବାହାରି କଲେଜ ଛକ, ଆଜିମାବାଦ, ଷ୍ଟେସନଛକ, ଫାଣ୍ଡିଛକ, ବିବେକାନନ୍ଦ ରୋଡ଼, ପାଣିଟାଙ୍କି ଛକ ଦେଇ ପୁନର୍ବାର ଶ୍ରୀ ପଲି କ୍ଲିନିକ୍ ନିକଟରେ ଶେଷ ହୋଇଥିଲା। ଶୋଭାଯାତ୍ରାରେ ନର୍ସ ଏବଂ ଡାଇବେଟିସ୍ ବାର୍ତ୍ତା ସମ୍ବଳିତ ପ୍ଲା’କାର୍ଡ଼ ପ୍ରଦର୍ଶନ ପୂର୍ବକ ତଥା କୋଭିଡ୍ ଗାଇଡ ଲାଇନ୍ ଅନୁସାରେ ସାମାଜିକ ଦୂରତା ରକ୍ଷା ସହ ଲୋକଙ୍କୁ ସଚେତନ କରାଯାଇଥିଲା। ଗୋପାଲ କୃଷ୍ଣ ଦାସ, ଦେବାଶିଷ ଦାସ, ପ୍ରକାଶ କର, ଚିତ୍ତରଂଜନ କର, ପ୍ରଦୀପ ବାରିକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଉଦୟଶଙ୍କର ପରିଡ଼ା, ସାହିରୁଲ୍ ହକ, ସଲିମ୍ ରାଜା, ରବୀ୍‌ଦ୍ର କୁମାର ଜେନା ପ୍ରମୁଖ ଏହି ଶୋଭାଯାତ୍ରା ପରିଚାଳନା କରିଥିଲେ। ସହରର ବିଭିନ୍ନ ବର୍ଗର ସଚେତନଶୀଳ ବହୁ ବ୍ୟକ୍ତି ଏଥିରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.