Home ଜିଲ୍ଲା ପରିକ୍ରମା ନବନିର୍ବାଚିତ ସଦର ବିଧାୟକଙ୍କୁ ସମ୍ବର୍ଦ୍ଧନା

ନବନିର୍ବାଚିତ ସଦର ବିଧାୟକଙ୍କୁ ସମ୍ବର୍ଦ୍ଧନା

38

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନରେ ବିଜୟୀ ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସଙ୍କୁ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କମିଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏହି ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଥିଲା। ବାଲେଶ୍ୱରରେ ଥିବା ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ତହିଁର ପ୍ରତିକାର ସମ୍ପର୍କରେ ବିଧାୟକଙ୍କୁ କର୍ମକର୍ତ୍ତାମାନେ ଅବଗତ କରାଇଥିଲେ। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରବାସୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ପ୍ରତି ସ୍ୱତନ୍ତ୍ର ଧ୍ୟାନଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଏହି ସବୁ ସମସ୍ୟା ଓ ସମାଧାନ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଧାୟକ ଶ୍ରୀ ଦାସ ସମ୍ବର୍ଦ୍ଧନା ପ୍ରତି ଉତ୍ତରରେ କହିଥିଲେ। ସେ କ୍ରିୟାନୁଷ୍ଠାନ କମିଟିର ଜଣେ ପେଟ୍ରୋନ ସଭ୍ୟ ଓ ବିଧାୟକ ଭାବେ କ୍ରିୟାନୁଷ୍ଠାନସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କର୍ମକର୍ତ୍ତାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଫେସର ଅନନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପଣ୍ଡା, ବରେନ୍ଦ୍ର ଦାସ, ପାର୍ବତୀ ନନ୍ଦୀ ଓ ଡା- ସନାତନ ଦାସଙ୍କ ଦେହାନ୍ତରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭାକର ସାହୁ, ବାସନ୍ତୀ ନାୟକ, ଗୋପୀନାଥ ଶତପଥୀ, ପାର୍ଥସାରଥୀ ଦତ୍ତ, ଦୀନବନ୍ଧୁ ଲେଙ୍କା, ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ପ୍ରଫୁଲ୍ଲ କୁମାର ଦାସ, ଡ- ତାରାକାନ୍ତ ନନ୍ଦ, ଶ୍ରୀମତୀ ସରସ୍ୱତୀ ପଣ୍ଡା, ଶଶାଙ୍କ ଶେଖର ଦତ୍ତ, ରବି କୁମାର ପାଣିଗ୍ରାହୀ, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ, ବ୍ରହ୍ମାନନ୍ଦ ଦାସ, ଯୋଗେଶ ଚନ୍ଦ୍ର ପ୍ରଧାନ, ନାରାୟଣ କୁମାର ଦାସ, ଇଂ ହୃଷିକେଶ ସାହୁ, ଶ୍ୟାମସୁନ୍ଦର ଜେନା, ପଦ୍ମଲୋଚନ ଦତ୍ତ, ରଞ୍ଜନ କୁମାର ଭୋଇ, କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଇଂ ବନମାଳି ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.