Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ପବ୍ଲିକ ସ୍କୁଲରେ ନେହେରୁ-ବିର୍ସାମୁଣ୍ଡା ଜୟନ୍ତୀ

ଶ୍ରୀଜଗନ୍ନାଥ ପବ୍ଲିକ ସ୍କୁଲରେ ନେହେରୁ-ବିର୍ସାମୁଣ୍ଡା ଜୟନ୍ତୀ

21

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ ସିନ୍ଦୂରୀ ଶ୍ରୀଜଗନ୍ନାଥ ପବ୍ଲିକ୍ ସ୍କୁଲ୍ ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଏବଂ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କୋଭିଡ୍ ନିୟମ ଭିତ୍ତିରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପ-ସଭାପତି କବି ଶ୍ରୀଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ସଂପାଦିକା ଜୟନ୍ତୀ ପାଣିଗ୍ରାହୀ, ପବ୍ଲିକ୍ ସ୍କୁଲ୍‌ର ଅଧ୍ୟକ୍ଷ ରାମଚନ୍ଦ୍ର ଜେନା, ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଘୋଷ, ସନ୍ତୋଷ କୁମାର ପଣ୍ଡା, ଏଚ୍‌-ଏଚ୍‌- ଶ୍ରୀରାମ, ମହମ୍ମଦ ହୁସେନ୍‌, ଅଜୟ କୁମାର ଜେନା, ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ମିଶ୍ର ଓ ଶ୍ରୀମତୀ ମୋନାଲିସା ପଣ୍ଡା, ଶିକ୍ଷୟିତ୍ରୀ ସସ୍ମିତା ଆଚାର୍ଯ୍ୟ, ମନ୍ଦାକିନୀ ରାଉତ, ପ୍ରଣିତା ଅଗସ୍ତି, ପ୍ରିୟା ପାଲ୍‌, ସୁମିତା ନାୟକ ପ୍ରମୁଖ ଉପସ୍ଥିତ ରହି ଚାଚା ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ସଂଗ୍ରାମୀ ଓ ଶହୀଦ୍ ବିର୍ସା ମୁଣ୍ଡାଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭ ଓ ଶେଷରେ ଅଧ୍ୟକ୍ଷ ଶ୍ରୀ ଜେନା ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେସଙ୍ଗେ କୃତଜ୍ଞତା ଜ୍ଞାପନ କରିଥିଲେ। ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜ୍ଞାନ ପ୍ରକାଶ ପାଣିଗ୍ରାହୀ, ହରିହର ବେହେରା, ଶ୍ରୀମତୀ ପ୍ରଣିତା ପାଣିଗ୍ରାହୀ, ରାଜଲକ୍ଷ୍ମୀ ବେହେରା, ମନ୍ମଥ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.