Home ଜିଲ୍ଲା ପରିକ୍ରମା ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଙ୍କ୍ରାନ୍ତି ପାଳିତ

ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଙ୍କ୍ରାନ୍ତି ପାଳିତ

27

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ କାଭିଡ କଟକଣା ମଧ୍ୟରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଢ଼ାପଦା ପ୍ରସିଦ୍ଧ ମହାବୀର ମନ୍ଦିର, ଛତାବର, ମଞ୍ଜୁରୀରୋଡ, ନାଆମୀ, ଥଇଳା, ରାଢୋ, ରହଣିଆ, ସରସଦା, କୁଲଣା, ବାରିକପୁର, ପାଟୁଳି, ଛତାବର, ଭଣ୍ଡାରିପୋଖରୀବଜାର, ରେବୋ, ମଣିନାଥପୁର, ନଗୁଆଁ, ସମେତ ବିଭିନ୍ନ ସ୍ଥାନରେ ଥିବା ହନୁମାନ ମୂର୍ତ୍ତି ଓ ଗ୍ରାମଦେବାଦେବୀକୁ ପୂଜାର୍ଚ୍ଚନା କରାଯାଇଛି । ନାମସଙ୍କିର୍ତ୍ତନ, ହୋମଯଜ୍ଞ, ପ୍ରବଚନ, ଶ୍ରୀରାମଚରୀତ ମାନସ ପାରାୟଣ ସହ ପ୍ରସାଦ ସେବନର ଆୟୋଜନ କରାଯାଇଛି । ବିଭିନ୍ନ ଗ୍ରାମଦେବତୀ ପୀଠ ସମେତ ଥଇଳା, ଚେକାସାଆନ୍ତାଣୀ, ମଞ୍ଜୁରୀରୋଡ ମା’ ତାରେଣୀ ପୀଠରେ ପୂଜାର୍ଚ୍ଚନା କରାଯାଇଛି । ନେରଡା ମା’ ସୁନାମହିଁଙ୍କ ଚଡକ ଯାତ୍ରା ମଙ୍ଗଳବାର ମଧ୍ୟ ରାତ୍ରରୁ ନିରାଡମ୍ବର ଭାବେ ପାଳନ କରାଯାଇଛି । ଉତ୍କଳୀୟ ପରମ୍ପରା ଅନୁଯାୟୀ ମହାବିଷୁବ ସଙ୍କ୍ରାନ୍ତି ପର୍ବ ବୁଧବାର ପାଳନ କରାଯାଇଛି । ସୂର୍ଯ୍ୟଙ୍କର ବିଷୁବାୟନ ଗତି ଆରମ୍ଭର ପବିତ୍ର ମୁହୂର୍ତ୍ତଟି ମହାବିଷୁବ ସଂକ୍ରାନ୍ତି ଭାବେ ପାଳିତ ହୁଏ । ରାଶିଚକ୍ରର ପ୍ରଥମ ରାଶି ‘ମେଷ’ର ଆଦ୍ୟ ଦିବସ ହୋଇଥିବାରୁ ଏହାକୁ ‘ଓଡ଼ିଆ ନବବର୍ଷ’ ଭାବେ ପାଳନ କରାଯାଏ । ଏହି ଅବସରରେ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଯଅ, ଛତୁଆ, ନଡ଼ିଆ, କଦଳୀ, ଗୁଡ଼, କର୍ପୁର ମିଶ୍ରିତ ପଣା ଓ ଆମ୍ବ ଭୋଗ ଦେବତାଙ୍କୁ ସମର୍ପିତ କରାଯାଇଛି । ନିଦାଘ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥିବାରୁ ଚଉରା ଉପରେ ରୋପିତ ହୋଇଥିବା ପବିତ୍ର ତୁଳସୀ ଗଛ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବର, ଅଶ୍ୱସ୍ତ ଆଦି ବୃକ୍ଷମାନଙ୍କୁ ରୌଦ୍ରତାପରୁ ରକ୍ଷାକରିବା ପାଇଁ ଛିଦ୍ରଯୁକ୍ତ ମାଟିଠେକି ବନ୍ଧାଯାଇ ଜଳଅର୍ପଣ କରାଯାଇଛି । ବହୁ ସ୍ଥାନରେ ପଥିକମାନଙ୍କ ତୃଷା ନିବାରଣ ସକାଶେ ଜଳଛତ୍ର କେନ୍ଦ୍ରମାନ ସ୍ଥାପିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.