Home ଓଡ଼ିଶା ଶ୍ରୀମନ୍ଦିରରେ ଲଙ୍କା ପୋଡି ନୀତି

ଶ୍ରୀମନ୍ଦିରରେ ଲଙ୍କା ପୋଡି ନୀତି

341

ପୁରୀ, ୨୧/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ଶନିବାର ଅନୁଷ୍ଠିତ ହୋଇଛି। ଦୋଳମଣ୍ଡପସାହି ଜହ୍ନିମୁଣ୍ଡିଆ ଆଖଡା ପକ୍ଷରୁ ଲଙ୍କାଦହନ ଲୀଳା ପରିବେଷଣ କରାଯାଇଛି। ଦୋଳମଣ୍ଡପସାହି ସାହିଯାତ କୁଣ୍ଢେଇବେଂଟସାହି ପରିକ୍ରମା କରିଛି। ହନୁମାନଙ୍କ ଲଙ୍କାପୋଡି ଲିଳା ସମେତ ରାବଣ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ପତୀକ ମହାପାତ୍ର ରାବଣ ଭୂମିକାରେ ଅଭିନୟ କରିଥିଲେ। ଏହାଛଡା ସପ୍ତଶିରା, ଦୁର୍ଗାମେଢ଼, ନବଶିରା, ନାଗା, କାଳିମେଢ଼, ଶିବମେଢ଼, ଗଣେଶ ମେଢ, ହନୁମାନ ଚରିତ୍ର ସାହିଯାତରେ ଅଂଶଗ୍ରହଣ କରିଥିଲେ। ଯଦୁତିଆଡି ଯାଗା, ଚମ୍ପାଗଡ ଯାଗା, ବଜ୍ରଗଡ ଅମିନ ଯାଗା, ଜଗତ ପ୍ରତିହାର ଯାଗା, ସୁଗ୍ରୀବଗଡ ନୂଆତୋଟା ଯାଗା, ବଜ୍ରଗଡ ଯୁନାଗଡ ଯାଗା ଏବଂ ଅମିନଗଡ ଯାଗା ସେଥିରେ ଅଂଶ ଗ୍ରହଣ କରିଥିଲେ। ସାହିଯାତ ପାଇଁ କୁଣ୍ଢେଇବେଂଟ ସାହିକୁ ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଦୋଳମଣ୍ଡପସାହିର ମୁଖିଆ ମାନଙ୍କୁ କୁଣ୍ଢେଇବେଂଟ ସାହି କମିଟି ପକ୍ଷରୁ ମଲ୍ଲିମାଳ ଦିଆଯାଇ ସ୍ୱାଗତ କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହିଯାତ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପରେ ଆଜ୍ଞାମାଳ ପାଇଁ ରାମ ଓ ଲକ୍ଷ୍ମଣ ପାଲିଙ୍କିରେ ଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିଥିଲେ। ଦୋଳମଣ୍ଡପ ସାହି ଆଖଡା ପକ୍ଷରୁ ସେଠାରେ ଳଙ୍କାପୋଡି ଲୀଳା ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.