Home Coronavirus Outbreak ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ

ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ

262

ପୁରୀ ୨୫-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅକ୍ଷୟ ତୃତୀୟା ନୀତିକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରେ ଚାହାଣୀ ମଣ୍ଡପ ନିକଟରେ ନୀତି ହେବ। ରଥ କାଠ ଅନୁକୂଳ ପର୍ବ ପାଇଁ ମାପଚୁପ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାପଚୁପ କରିଛନ୍ତି। ଜିଲ୍ଲାପାଳ ଓ ସେବାୟତ ପ୍ରତିନିଧିଙ୍କ ଅନୁଧ୍ୟାନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ମହାରାଜ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଚନ୍ଦନଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପୁରୀ ଶ୍ରୀମନ୍ଦିର ପରୀସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାସହ ସରକାରୀ ନିୟମ ପାଳନ କରି ଚନ୍ଦନଯାତ୍ରା ହେବ। ପରେ ଲକ୍ ଡାଉନ ହଟିବା ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.