Home ଓଡ଼ିଶା କାଳବୈଶାଖୀରେ କନ୍ଧମାଳ କଦଳୀ ଚାଷ କ୍ଷତିଗ୍ରସ୍ତ

କାଳବୈଶାଖୀରେ କନ୍ଧମାଳ କଦଳୀ ଚାଷ କ୍ଷତିଗ୍ରସ୍ତ

191

ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲାକଡାଉନ ସମୟରେ କଦଳୀ ଚାଷ କରିଥିବା ଚାଷୀଙ୍କ ଦୁଃଖ ନ ସରୁଣୁ ଏବେ ଦାଉ ସାଜିଛି କାଳବୈଶାଖୀ। ଲାକଡାଉନ ସମୟରେ ଉତ୍ପାଦନ କଦଳୀ କୁ ବଜାରରେ ବିକ୍ରି କରିନ ପାରି କଦଳୀ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସରକାର ଲାକଡାଉନ କୁ ଚାଷୀ ଙ୍କ ପାଇଁ କୋହଳ କରି ଲାଭବାନ ହେବାକୁ ଯୋଜନା କରୁଥିବା ବେଳେ ଏବେ କାଳବୈଶାଖୀ କଦଳୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଲାବଣ୍ୟନଗର ଠାରେ ଥିବା କଦଳୀ ବଗିଚା ରେ ମୋଟ ୨୫ ଏକର ଜାଗା ରେ କଦଳୀ ଚାଷ କରାଯାଇଛି। ଏହି କଦଳୀ କୁ ଚାଷୀମାନେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ରପ୍ତାନୀ କରି ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ଲାକଡାଉନ ସମୟରେ ବିଶେଷ କଦଳୀ ବିକ୍ରି କରିପାରି ନଥିଲେ ଚାଷୀ। ଏବେ ଗତ ୩ ଦିନ ହେବ ଲାଗିରହିଛି ପ୍ରବଳ ପବନ ସହ ବର୍ଷା। ଏହି ବର୍ଷା ପବନ ରେ ବଗିଚା ରୁ ବହୁତ କଦଳୀ ଗଛ ଭାଙ୍ଗି ଯିବାସହ କଦଳୀ ନଷ୍ଟ ହୋଇଯାଇଛି।ଏହି ପରି ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଚାଷୀ ମାନେ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସରକାରୀ ସାହାଯ୍ୟ ପ୍ରଦାନ କରିବା ପାଇଁ କଦଳୀ ଚାଷୀ ମାନଙ୍କ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.