Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ନେତ ଉଡାଣ ଉତ୍ସବର ପ୍ରସ୍ତୁତି ବୈଠକ

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ନେତ ଉଡାଣ ଉତ୍ସବର ପ୍ରସ୍ତୁତି ବୈଠକ

27

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ନେତ ଉଡାଣ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଜୟ କୁମାର ବାରିକଙ୍କ ବାସ ଭବନରେ ପରିଚାଳନା ସମିତିର ମୁଖ୍ୟ ପଣ୍ଡିତ ଭାଗିରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଚଳିତ ବର୍ଷ ଜାନୁଆରୀ ପହିଲାରେ ଇଚ୍ଛାପୁର ନିକଟସ୍ଥ କୁଣ୍ଡିବାଗ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ଦିନିକିଆ ମହୋତ୍ସବ କୋବିଡ଼ ନିୟମ ଅନୁସାରେ ପାଳନ କରାଯିବାକୁ ସ୍ଥିର କରାଯାଇଛି । କରୋନା କଟକଣା ଜାରି ଥିବାରୁ ମହୋତ୍ସବକୁ ଅଧିକ ବ୍ୟାପକ ନ କରି କେବଳ ଶ୍ରୀଜଗନ୍ନାଥଙ୍କ ଷୋଡଶ ଉପଚାର ପୂଜା, ବିଶ୍ୱଶାନ୍ତି ଯଜ୍ଞ ଆଦି ସୀମିତ ସଂଖ୍ୟକ ସେବକଙ୍କୁ ନେଇ ନେତ ଉଡାଣ ଉତ୍ସବ ପାଳନ କରାଯିବ । ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖପତ୍ର ‘ନୀଳକନ୍ଦର’ ଏହି ଦିନ ଉନ୍ମୋଚନ କରାଯିବାକୁ ସ୍ଥିର କରାଯାଇଛି । ଅଳ୍ପ ସଂଖ୍ୟକ ବକ୍ତା ଏଥିରେ ସଂଲଗ୍ନ ହେବେ । ଏହି ବୈଠକରେ ସହ ପରିଚାଳକ ବିଷ୍ଣୁ ମୋହନ ପଣ୍ଡା,ପଦ୍ମଲୋଚନ ମହାପାତ୍ର, ନାରାୟଣ ଚନ୍ଦ୍ର ପ୍ରଧାନ, ସନେଇ ଶିଅଳ, କମଳାକାନ୍ତ ମଲ୍ଲିକ, ପ୍ରତାପ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ଦେ, ଗୀତାରାଣୀ ମହାନ୍ତି, ଲକ୍ଷ୍ମୀଧର ଖଟୁଆ ପ୍ରମୁଖ ବହୁ ସେବକ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ବୈଠକର ମୁଖ୍ୟ ଆବାହକ ଶରତ କୁମାର ସାହୁ ବୈଠକର ଆଲୋଚନାର ବିଷୟବସ୍ତୁ ଓ ବିବିରଣୀ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.