Home ଜିଲ୍ଲା ପରିକ୍ରମା ଶ୍ରାବଣମାସ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ ହଜାର କାଉଡ଼ିଆ ଭକ୍ତଙ୍କ ଭିଡ

ଶ୍ରାବଣମାସ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ ହଜାର କାଉଡ଼ିଆ ଭକ୍ତଙ୍କ ଭିଡ

10

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆସନ୍ତାକାଲି ଶ୍ରାବଣ ମାସର ୨ସୋମବାର । ଏଥିପାଇଁ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ହଜାରହଜାର କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଛି ପୀଠରେ । ଆଗନ୍ତୁକ କାଉଡ଼ିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ରବିବାର ମଧ୍ୟରାତ୍ରରୁ ବାବାଙ୍କ ପାଖରେ ଜଳଲାଗି ଆରମ୍ଭ ହେବ। ହଜାରହଜାର କାଉଡ଼ିଆ ଭକ୍ତ ସ୍ଥଳପଥ ଓ ଜଳପଥରେ ଆସୁଥିବାରୁ ବୋଲବମ୍ ହରହର ବମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ପୀଠ। ଆଗନ୍ତୁକ କାଉଡ଼ିଆ ଭକ୍ତଙ୍କ ଆଗମନକୁ ନେଇ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହ ଭରା ନଦୀରେ ମଟର ଚାଳିତ ଡଙ୍ଗାରେ ଯାତ୍ରୀ ପରିବହନ ହେଉଥିବାରୁ ତାଙ୍କର ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରୁଛନ୍ତି। ତାହାସହ ପୀଠରେ ଥିବା ଧାନକଣିଆ, ତିନିତର ଓ ମୁଁଆ ୩ଟି ନଦୀଘାଟର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ରହିବା ସହିତ ରାତିରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ବିଶେଷକରି କାଉଡିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୭ଟାରୁ ନଦୀ ଘାଟରେ ଯାତ୍ରୀ ପରିବହନ ବନ୍ଦ ରହିବ। ଅନ୍ୟପଟେ ବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ପୀଠରେ ଚାନ୍ଦବାଲି ତହସିଲଦାର , ଜିଲା ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ୬ଜଣ ଡିଏସପି ଓ ଏସଡିପିଓ, ୨୦ଜଣ ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟରଙ୍କୁ, ଟ୍ରାଫିକ ପୁଲିସ, ୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.