ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ପ୍ରଭୁ ଶ୍ରୀରାମ। ଦୀର୍ଘ ବର୍ଷର ଦୁର୍ବାର ଆନ୍ଦୋଳନ, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବଳିଦାନ ଓ ସେମାନଙ୍କ ଦାନ ଅର୍ଥରେ ଉତରପ୍ରଦେଶ ଅଯୋଧ୍ୟା ଠାରେ ନିର୍ମିତ ହୋଇଛି ପ୍ରଭୁଙ୍କ ମନ୍ଦିର। କିନ୍ତୁ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସରେ ବିଷ ଦେଇ ରାମ ମନ୍ଦିର ଟ୍ରଷ୍ଟ ଶତାଧିକ କୋଟି ଦାନ ଟଙ୍କା ଲୁଟ କରିଛି। ଯାହାକି ଶ୍ରଦ୍ଧାଳୁଙ୍କୁ ଅଶେଷ ଦୁଃଖ ଦେଇଛି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ୱାବଧାନରେ ନ୍ୟାୟିକ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତି କହିଛନ୍ତିଯେ; ରାମ ମନ୍ଦିର ଟ୍ରଷ୍ଟ ଗଠନ, ଏହାର ପ୍ରମୁଖଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରମୁଖ ଭୁମିକା ନେଇଥିଲା। କିନ୍ତୁ ଏବେ ଏହି ମନ୍ଦିରକୁ ଦାନ ଦେଇଥିବା ଶ୍ରଦ୍ଧାଳୁଙ୍କ ଅର୍ଥକୁ ଟ୍ରଷ୍ଟର କେତେକ ପ୍ରଭାବଶାଳୀ ସଦସ୍ୟ ଲୁଟ କରିଥିବା ନଜରକୁ ଆସିଛି। ଦୋଷ ଲୁଚାଇବାକୁ ଯାଇ ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରିଛି। ଏହା ଏକ ଆର୍ଥିକ ଦୁର୍ନୀତି ନୁହେଁ ବରଂ କୋଟି କୋଟି ରାମଭକ୍ତଙ୍କ ଆସ୍ଥା, ବିଶ୍ୱାସ ଓ ଭାବନା ପ୍ରତି ଗୁରୁତର ବିଶ୍ୱାସଘାତକତା। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଦେଶବାସୀଙ୍କୁ ଚକିତ କରିଛି। ଗତ ଜାନୁଆରୀ ୨୦୨୪ରେ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ୧୧୩ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ୨୫ ନଭେମ୍ବରରେ ୧୦ କୋଟି ଟଙ୍କା ବ୍ୟୟରେ ପତାକା ଉତୋଳନ ଉତ୍ସବର ଆୟୋଜନ କରାଯାଇଥିଲା। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବିଜେପି- ଆରଏସଏସ ପରିସଂସ୍ଥାନ ଭଗବାନ ରାମଙ୍କ ନାମରେ ମିଳିଥିବା ଦାନକୁ ବି ଛାଡ଼ି ନାହାନ୍ତି। ଯେତେବେଳେ ସମ୍ପୂର୍ଣ୍ଣ ଟ୍ରଷ୍ଠ କାଠଗଡ଼ାରେ ଛିଡ଼ା ହୋଇଛି, କାର୍ଯ୍ୟାନୁଷ୍ଠାନ କେବଳ କନିଷ୍ଠ କର୍ମଚାରୀଙ୍କ ମଧ୍ୟରେ କାହିଁକି ସୀମିତ ରହିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଟ୍ରଷ୍ଟ ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୁମିକା, ଚମ୍ପତ ରାୟ, ଅନିଲ ମିଶ୍ର ଓ ଦୁର୍ନୀତିରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ୱାବଧାନରେ ନ୍ୟାୟିକ ତଦନ୍ତ, ଏବେରେ ଟ୍ରଷ୍ଟକୁ ଭଙ୍ଗ କରିବା, ରାମ ମନ୍ଦିର ସହ ଜଡ଼ିତ ସମସ୍ତ ଦାନ, ଭେଟି, ଜମି କାରବାର କାର୍ଯ୍ୟକ୍ରମ ଓ ବ୍ୟୟର ସ୍ୱାଧୀନ ଫୋରେନସିକ ଅଡିଟ କରାଯାଇ ଏହାକୁ ସାର୍ବଜନୀନନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇ ଶ୍ରଦ୍ଧାଳୁଙ୍କ ବିଶ୍ୱାସରେ ବିଷ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ନ୍ୟାୟର ପରିରଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ପ୍ରାକ୍ତନ ବିଧାୟକ ପଂଚାନନ ମଣ୍ଡଳ, ଦେବରୂପ ମହାନ୍ତି, ରାଜ୍ୟ ଏସସି ସେଲ ସାଧାରଣ ସଂପାଦକ ରାଜେନ୍ଦ୍ର ପ୍ରସାଦ ଯେନା, ମହିଳା ସଭାପତି ଅମିତା ବାଳା ଆଚାର୍ଯ୍ୟ, ଅବଦୁଲ ମୋକିତ ଖାନ, ଯୁବ ସଭାପତି ବଳରାମ ରାଉତ, ପିତବାସ ଧଳ, ଓୁଭାଶିଷ ମଲ୍ଲିକ, ଶର୍ମିଷ୍ଠା ପଣ୍ଡା, ବିଜୟ ବାରିକ, ରଂଜନ ଯେନା, ଇଲ୍ଲିୟାସ ଅଲି ଖାନ, ଏନାମୁଲ ହକ୍ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଶ୍ରଦ୍ଧାଳୁଙ୍କ ବିଶ୍ୱାସରେ ବିଷ ଦେଇଛି ରାମ ମନ୍ଦିର ଟ୍ରଷ୍ଟ- କଂଗ୍ରେସ, ଆସ୍ଥା ନାମରେ ରାଜନୀତି, ଦାନ...








