Home ଓଡ଼ିଶା ଶିଶୁ ଶ୍ରମିକ ଚାଲାଣ କରିବା ଅଭିଯୋଗରେ ଆନ୍ଦ୍ରପ୍ରଦେଶରୁ ଦୁଇ ଯୁବକ ଗିରଫ

ଶିଶୁ ଶ୍ରମିକ ଚାଲାଣ କରିବା ଅଭିଯୋଗରେ ଆନ୍ଦ୍ରପ୍ରଦେଶରୁ ଦୁଇ ଯୁବକ ଗିରଫ

77

ମାଲକାନଗିରି,୧୬ା୬(ଓଡିଆ ପୁଅ ) କରୋନା ମହା ମାରି ସମୟରେ ଆନ୍ଦ୍ରପ୍ରଦେଶ ର ଏ କମ୍ପାନିରେ ବେଆଇନ ଭାବେ ଶିଶୁ ଶ୍ରମିକ ଓ ଦାଦାନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ କରିବା ଅଭିଯୋଗରେ କାଲିମେଳା ଥାନା ପୁଲିସ ଆନ୍ଦ୍ରପ୍ରଦେଶର ଦୁଇଜଣ ଦଲାଲଙ୍କୁ ଗିରଫ କରିଛି । ଗିରଫ ଦୁଇ ଦଲାଲ ହେଲେ ଆନ୍ଦ୍ର ପ୍ରଦେଶ ପୁବ ର୍ଗୋଦାବରି ଜିଲ୍ଲା କୋବୁର ଗ୍ରାମର କେ.ପୋଷିଆ ଓ ମାନିଲାପାଲି ଦେଭୁଡୁ । ଏମାନଙ୍କ ନାମରେ ଆନ୍ତରାଜ୍ୟ ଶ୍ରମିକ ଚାଲାଣ ଆଇନ,ଶିଶୁ ଶ୍ରମିକ ନିରୋଧ ଆଇନ ରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହା ପୁବ ର୍ରୁ କାଲିମେଳା ଓ ଆନ୍ଦ୍ରପ୍ରଦେଶ ର ତିନିଜଣଙ୍କୁ ଗିରଫ କରାଯାଇଥିଲା । ମାଲକାନଗରି ଜିଲ୍ଲାରେ ଶିଶୁ ଶ୍ରମିକ,ଦାଦାଲ ଶ୍ରମିକ ଚାଲାଣ ର‌୍ୟାକେଟ ସକ୍ରିୟ ହୋଇପଡିଛି । ଖାଇ ପିଇ ଅଧିକ ମଜୂରୀ ମିଳାବାର ଲୋଭ ଦେଖାଇ କାଲିମେଳା ଥାନାସ୍ଥ ବେଜାଙ୍ଗଓ୍ୟାର୍ଡା ଓ ତାର ଆଖପାଖ ଗ୍ରାମରୁ ୮ରୁ ଉର୍ଦ୍ଦ ଗରିବ ଆଦିବାସୀ ପିଲାଙ୍କୁ ଆନ୍ଦ୍ରପ୍ରଦେଶକୁ ଦାଦନ ଶ୍ରମିକ ଭାବେ ଚାଲାଣ କରିଥିବା କାଲିମେଳା ଥାନାସ୍ଥ ବେଜାଙ୍ଗାଓ୍ୟାର୍ଡା ଗ୍ରାମର ଦଲାଲ ଅଜିତ ମଣ୍ଡଳ ଓ ଆନ୍ଦ୍ରପ୍ରଦେଶ ସିଲେରୁ ଥାନାସ୍ଥ ଦାରାକୋଣ୍ଡା ଗ୍ରାମର ତାଗି କ୍ରିଷ୍ଣାଦୋରା ଙ୍କୁ ଗତ ୨ତାରିଖରେ ପୁଲିସ ଗିରଫ କରିଥିଲେ । ସମଗ୍ର ବିଶ୍ୱରେ କରୋନା ମହାମାରି ଦେଖା ଦେଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦଲାଲ ନିରିହ ଗରିବ ଆଦିବାସୀଙ୍କୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଚାଲାଣକରି ବେସ ଦୁଇପଇସା ରୋଜଗାର କରୁଥିବା ବେଳେ ଦାଦନଙ୍କ ପରିବାର ନିଜ ପିଲାମାନଙ୍କୁ ନପାଇ ଦୁଃଖରେ ଦିନବିତାଉଛନ୍ତି । ଆନ୍ଦ୍ର ପ୍ରଦେଶକୁ କାମକରିବାକୁ ଯାଇଥିବା ପିଲାମାନଙ୍କର ଦୀର୍ଘ ମାସ ଧରି ସେମାନଙ୍କ କିଛି ଖୋଜଖବର ନ ମିଳବା କିମ୍ବା ସେମାନେ ଘରକୁ ଟଙ୍କା ନପଠାଇବାରୁ ବେଜାଙ୍ଗାଓ୍ୟର୍ଡା ଗ୍ରାମର ଖଗପତି ଧାକଡ ନାମକ ଜଣେ ଆଦିବାସୀ ବ୍ୟକ୍ତି ଏ ସଂପର୍କରେ ଗତ ୧୩.୫.୨୦୨୧ ତାରିଖରେ କାଲିମେଳା ଥାନାରେ ଏକ ଏତଲା ଦେଇଥିଲେ । କାଲିମେଳା ଥାନା କେସ ନମ୍ବର ୧୦୬/୨୦୨୧ ରେ ଏକ ମାମଲା ରୁଜୁକରି କାଲିମେଳା ପୁଲିସ ଦତନ୍ତ ଆରମ୍ଭ କରିଥିଲେ । ଗତ ୨୩ତାରିଖ ଦିନ ଜଣେ ଅଭିଯୁକ୍ତ ଦେବରାଜ ପାତ୍ର ଙ୍କୁ ଗିରଫକରା ଯାଇଥିବା ବେଳେ ୨ତାରିଖରେ ଦୁଇଜଣ ଦଲାଲ ଓ ଗତ କାଲି ଆନ୍ଦ୍ରପ୍ରଦେଶର ଦୁଇଜଣ ଦଲାଲଙ୍କୁ ମୋଟ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚଲାଣ କରାଯାଇଥିବାର ପୁଲିସ କହିଛି । ଏହି ମାନବ ଚାଲାଣ ର‌୍ୟାକେଟରେ ଆଉ କାହାର ସଂପୃକ୍ତି ରହିଥିବାର ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.