Home ଓଡ଼ିଶା ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ...

ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଲିସ କମିଶନରେଟ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

34

ଭୁବନେଶ୍ୱର ୨୧.୧୨ (ଓଡ଼ିଆ ପୁଅ) – ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ନେତୃତ୍ୱରେ ଭୁବନେଶ୍ୱର ପୋଲିସ କମିଶନରେଟ୍ କାର୍ଯର୍୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଶିଶୁ ଅପହରଣ, ହତ୍ୟା ଓ ଦୁଷ୍କର୍ମ ଅନିୟନ୍ତ୍ରିତ, ମାତ୍ର ମୁଖ୍ୟମନ୍ତ୍ରୀ ନିଦକ। ଏହା ଉଦ୍‌ବେଗର ବିଷୟ ଯେ ରାଜ୍ୟରେ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି। ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହୋଇଛି। ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳବିଶେଷରେ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ରାଜ୍ୟରେ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିଛି। ଏ ରାଜ୍ୟକୁ ଦୀର୍ଘ ୨୧ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ସେହିପରି ଘରୋଇ ହିଂସା, ମହିଳା ନିର୍ଯ୍ୟାତନାରେ ଓଡିଶା ଦେଶରେ ତୃତୀୟ ରାଜ୍ୟର ଅପବାଦ ବହନ କରୁଛି। ବିଭିନ୍ନ ଅପରାଧିକ ଘଟଣାର ସଂଖ୍ୟା ପ୍ରତିବର୍ଷ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନ ସରକାର ଓ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମଧ୍ୟ ମନ୍ତ୍ରୀ। ମାତ୍ର ତାଙ୍କର ନିଷ୍କ୍ରିୟତା ଓ ଅପାରଗତା ଫଳରେ ନିରୀହ, ନିଷ୍ପାପ ଶିଶୁମାନେ ଯୌନପିପାସୁ ଓ ଅପହରଣକାରୀଙ୍କର ଶିକାର ହୋଇଚାଲିଛନ୍ତି। ପୀଡ଼ିତ ବା ପୀଡ଼ିତା ଶିଶୁର ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପୋଲିସର ଦୁର୍ବଳ ଓ ମନ୍ଥର ତଦନ୍ତ ଉପରେ ଜନସାଧାରଣଙ୍କର ବି ଭରଷା ପାଉନି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରୂପେ ଭୁଷୁଡି ପଡିଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ୟାସିର ନୱାଜ, ମନୋରଞ୍ଜନ ଦାଶ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ରାଜୀବ ପଟ୍ଟନାୟକ, ମୋହନ ଜେନା, ଆଶିଷ ମଲିକ, ସେକ୍ ଆଫ୍‌ତାବ ଅଲ୍ଲୀ, ମାନସ ଆଚାର୍ଯ୍ୟ, ଜୟକୃଷ୍ଣ ମଲିଆ, ଅକ୍ଷୟ ଦାସ, ରସିକ ପଟ୍ଟନାୟକ, ଆଲୋକ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସ୍ୱାଧିନବାଳା ଦାସ, ଶ୍ରୀୟା ମହାନ୍ତି, କୁସୁମ ପ୍ରଧାନ, ମିହିର ଆଚାର୍ଯ୍ୟ, ନିରୁପମା ପାତ୍ର, ପ୍ରଭାତୀ ପଟ୍ଟନାୟକ, ଦେଓ ପ୍ରସାଦ, ନାସିର୍ ଅହମ୍ମଦ, ସଂଜୟ ନାୟକ, ମନୋଜ ସାହୁ, ସାମ୍‌ସନ ଦାସ, ସାଗର ପଟ୍ଟନାୟକ, ସେକ୍ ତକ୍ୱିମ୍‌, ଲିଙ୍ଗରାଜ ସାହୁ, ଏମ୍‌.ଡି ଶାହାଦୁଲ୍ଲା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.