Home ଓଡ଼ିଶା ଶିଶୁମୃତ୍ୟୁ ହାର କମାଇବ ଏହି ମିଲ୍କ

ଶିଶୁମୃତ୍ୟୁ ହାର କମାଇବ ଏହି ମିଲ୍କ

370

ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ସାରା ଦୁନିଆରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ‘ବ୍ରେଷ୍ଟଫିଡିଙ୍ଗ ଉଇକ’ ପାଳନ କରାଯାଇଥାଏ । ଏହା ବ୍ୟତୀତ ପ୍ରତିବର୍ଷ ମା’ କ୍ଷୀର ନମିଳିବା କାରଣରୁ ନବଜାତ ଶିଶୁମାନେ ମୃତ୍ୟୁବରଣ କରିଥାନ୍ତି । ବିଶ୍ଵ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ବିଶ୍ଵରେ ଶିଶୁ ମୃତ୍ୟୁ ହାର ୧୦୦୦ ରେ ୩୨ ଥିବାବେଳେ ଭାରତରେ ଏହା ପ୍ରତି ହଜାରରେ ୩୮ ଜଣ ଅଟନ୍ତି ।

ଶିଶୁର ଜନ୍ମଠାରୁ ନେଇ ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଦ୍ୱାରା ବହୁତ ମାତ୍ରାରେ ଶିଶୁ ମୃତ୍ୟୁ ହାରକୁ ରୋକା ଯାଇପାରିବ । ସେଥିପାଇଁ ଦେଶର ଅନେକ ଭାଗରେ ମଦର ମିଲ୍କ ବ୍ୟାଙ୍କ ଖୋଲାଯାଇଛି ଯାହା ପିଲା ମାନଙ୍କ ପାଇଁ ମା’ର କ୍ଷୀରକୁ ସଂଗ୍ରହ କରି ରଖିଥାଏ ଏବଂ ଆବଶ୍ୟକ ସ୍ଥଳେ ଏହା ପିଲା ପର୍ଯ୍ୟନ୍ତ ଏହି କ୍ଷୀରକୁ ପହଂଚାଇଥାଏ ।

ସର୍ବ ପ୍ରଥମେ ମଦର ମିଲ୍କ ବ୍ୟାଙ୍କରେ କ୍ଷୀରଦାନ କରୁଥିବା ମହିଳା ମାନଙ୍କ ସ୍ୱାସ୍ଥ୍ୟ ଭଲଭାବେ ପରୀକ୍ଷା କରାଯାଇଥାଏ । ଏହା ଦ୍ୱାରା ଏହା ଜଣାପଡ଼ିଥାଏ ଯେ ମହିଳା କୌଣସି ରୋଗରେ ପୀଡିତ ଅଛନ୍ତି କି ନାହିଁ । ଏହା ପରେ ଏହି କ୍ଷୀରକୁ -୨୦ ଡିଗ୍ରୀରେ ରଖାଯାଇଥାଏ । ଯାହାଦ୍ୱାରା ଏହି କ୍ଷୀର ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.