Home ଜିଲ୍ଲା ପରିକ୍ରମା ଶିଳାନ୍ୟାସରେ ଅଟକିଛି ମାର୍କେଟ ଗୃହ, ବିକାଶ କେବେ ତାହା ନେଇ ପ୍ରଶ୍ନବାଚୀ

ଶିଳାନ୍ୟାସରେ ଅଟକିଛି ମାର୍କେଟ ଗୃହ, ବିକାଶ କେବେ ତାହା ନେଇ ପ୍ରଶ୍ନବାଚୀ

19

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିକାଶ ର କରୁଣ ପରିଣତି, କେବେ ହେବ ମାର୍କେଟ ଗୃହ ଏବଂ କେବେ ଅଂଚଳବାସୀ ସେହି ମାର୍କେଟ ଗୃହରେ ନିଜର ବ୍ୟବସାୟ ଆରମ୍ଭ କରି ନିଜର ଗୁଜୁରାଣ ମେଂଟାଇବା ସହ ନିଜର ପରିବାର ପ୍ରତିପୋଷଣ କରିବେ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ଖବରରୁ ପ୍ରକାଶ ୨୦୧୭ ମସିହାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ପ୍ରତାପ ଚନ୍ଦ୍ର ଧଳ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ, ଗୋପିନାଥ ପୁର ସରପଂଚ ଏବଂ ସମିତି ସଭ୍ୟ ମାନଙ୍କ ଉପସ୍ଥିତିରେ ଘଂଟେଶ୍ୱର ଠାରେ ଏକ ମାର୍କେଟ କମ୍ପେଲ୍ସ ନିର୍ମାଣ ହେବ ବୋଲି ‘ଳକ ଉନ୍ମୋଚିତ ହୋଇଥିଲା। ଏହାକୁ ନେଇ ଘଂଟେଶ୍ୱର ଅଂଚଳବାସୀଙ୍କ ମନରେ ବହୁ ଉତ୍କଣ୍ଠା ଦେଖା ଦେଇଥିଲା। ଏହି ନିମନ୍ତେ ହୋଇଥିବା ସଭାରେ ୩ମାସ ମଧ୍ୟରେ ଏହି ମାର୍କେଟ ଗୃହ ନିର୍ମାଣ କରାଯାଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ଏହି ଗୃହ ବଂଟନ କରାଯିବ ବୋଲି ମଧ୍ୟ ସଂପୃକ୍ତ ଉପସ୍ଥିତ ବ୍ୟକ୍ତି ମାନେ ନିଜ ନିଜର ଭାଷଣରେ କହିଥିଲେ। ଦୁଃଖ ଏବଂ ଅନୁଶୋଚନାର ବିଷୟ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘଂଟେଶ୍ୱର ଇଲାକାରେ ହୋଇଥିବା ‘ଳକ ଉନ୍ମୋଚନ ସ୍ଥାନରେ ଖଣ୍ଡିଏ ଇଟା ଯୋଡା ହୋଇ ପାରିଲା ନାହିଁ। ଫଳରେ ଅନେକ ସ୍ୱପ୍ନ ଦେଖିଥିବା ବ୍ୟବସାୟୀ ମାନେ ଅଂଚଳରେ ଥିବା ଲୋକ ପ୍ରତିନିଧିଙ୍କ ଉପରେ ଆଶା ଭରଷା ନକରି ବହୁ କଷ୍ଟରେ ସେହି ଅଂଚଳରେ ଛୋଟ ଛୋଟ ଉଠା ଦୋକାନ ମାନ କରିବାକୁ ମନ ବଳାଇଲେଣି। କେଉଁ ପରିସ୍ଥିତିରେ ଘଂଟେଶ୍ୱର ଅଂଚଳବାସୀଙ୍କୁ ଭୂଆଁ ବୁଲାଇ ଏଠାରେ ଫଳକ ଉନ୍ମୋଚନ କରାଗଲା ଏବଂ ଦୀର୍ଘ ଦିନ ପରେ ମଧ୍ୟ ପୁନଶ୍ଚ ଏହି ଅଂଚଳବାସୀଙ୍କୁ ଭକୁଆ ହେବାକୁ ପଡିଲା ତାହାକୁ ନେଇ ପ୍ରଶ୍ନବାଚୀ ହୋଇପଡିଛି। ଆଗାମୀ ଦିନରେ ସାଧାରଣ ନିର୍ବାଚନକୁ ନେଇ ବର୍ତମାନ ଠାରୁ ଉତ୍କଣ୍ଠା ବଢି ବଢି ଚାଲିଥିବା ବେଳେ ଏହି ‘ଳକ ଉନ୍ମୋଚନ କାହାକୁ ମହଙ୍ଗା ସାବ୍ୟସ୍ଥ ହେବ ଏବଂ ପୁନଶ୍ଚ ସାଧାରଣ ଜନତାଙ୍କୁ ଲୋକ ପ୍ରତିନିଧି ମାନେ ପୁଣି ଦିନରେ ଚନ୍ଦ୍ରମା ଏବଂ ରାତିରେ ସୂର୍ଯ୍ୟ ଦେଖାଇ ଭୋଟ ହାତେଇବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।ଶାସକ ଦଳକୁ ଏହା ମହଙ୍ଗା ସାବ୍ୟସ୍ଥ ହେବ ବୋଲି ଅଂଚଳବାସୀ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଏହା ଏକ ନିର୍ବାଚନ ଭେଳିକି ବୋଲି ମଧ୍ୟ ଚର୍ଚା କରିବାକୁ ପଛାଉନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.