Home Top News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହିରାବେନଙ୍କ ଶହେ ବର୍ଷ ବୟସରେ ପରଲୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହିରାବେନଙ୍କ ଶହେ ବର୍ଷ ବୟସରେ ପରଲୋକ

85

ଅହମ୍ମଦାବାଦ, ୩୦ ଡିସେମ୍ବର (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହିରାବେନ ଶହେ ବର୍ଷ ବୟସରେ ଶରୀର ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ପୁଅ ସୋମାଭାଇ, ପ୍ରହ୍ଲାଦ ଏବଂ ପଙ୍କଜଭାଇ ମୁଖାଗ୍ନି ଦେଇଥିଲେ।

ଶୁକ୍ରବାର ସକାଳେ ଗାନ୍ଧୀ ନଗରରେ ଅବସ୍ଥିତ ରାଇସାନ ସୋସାଇଟିରୁ ହୀରାବେନଙ୍କ ଶେଷ ସଂସ୍କାର ଯାତ୍ରା ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ମୃତ୍ୟୁକୁ ନେଇ ରାଜନୈତିକ ତଥା ସାମାଜିକ କ୍ଷେତ୍ରର ଲୋକମାନେ ଗଭୀର ଶୋକ ପ୍ରକଟ କରିଛନ୍ତି। ଶୁକ୍ରବାର ଦିନ ବିଜେପି ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରିଛି। ଏଥି ସହିତ ଶୁକ୍ରବାର ଦିନ ଗୁଜରାଟରେ ସରକାରୀ କାର୍ଯ୍ୟକ୍ରମରେ ବିରାମ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.