Home କେନ୍ଦୁଝର ଶିବନାରାୟଣପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଶିବନାରାୟଣପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

49

ହାଟଡିହି-୧୦ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଜୟଦୁର୍ଗାଫାଉଣ୍ଡେସନ ଓ ଶିବନାରାୟଣପୁର କ୍ରିକେଟ କ୍ଲବର ମିଳିତ ସହଯୋଗରେ ୧୦ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଲକ୍ଷ୍ମୀନାରାୟଣ କିକେଟ କ୍ଲବ ବୃନ୍ଦାବନଜୀୟୁ କ୍ରିକେଟ କ୍ଲବକୁ ପରାସ୍ତକରି ଚମ୍ପିୟନ ହୋଇଛି । ବୃନ୍ଦାବନଜୀୟୁ କ୍ରିିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୭୨ରନ କରିଥିବାବେଳେ ତାର ଜବାବରେ ଲକ୍ଷ୍ମୀନାରାୟଣ କ୍ରିକେଟ କ୍ଲବ୨ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଉମାକାନ୍ତ ରାଉତ ଅତିଥିଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିବା ସହ ସରୋଜ ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମନୋରଞ୍ଜନ ପରିଡାଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ । ଅନିଲ ପ୍ରଧାନ ଓ ଅଜୟ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଅଜୟ ପାତ୍ର, ଶିବନାରାୟଣ ମହାନ୍ତି ସ୍କୋରର ଏବଂ ଅର୍ଜୁନ ଖଣ୍ଡା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଜଗବନ୍ଧୁ ବେହେରା, ଅମିତ ଖଣ୍ଡା, ବିକ୍ରମ ମହାନ୍ତି, ସନ୍ତୋଷ ସାହୁ, ବିକାଶ ବେହେରା, ହିମାଶୁଂ ଖଣ୍ଡା, ମହେଶ୍ୱର ମହାନ୍ତି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.