Home ଜିଲ୍ଲା ପରିକ୍ରମା ଜିଲା ନୋଡାଲ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ଜିଲା ନୋଡାଲ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

296

ନୟାଗଡ଼, ୧୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ଡ.ବିଜୟା ପାତ୍ର ରବିବାର ଜିଲାର ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟର ପରିବେଶ ଓ ପରିଚ୍ଛନ୍ନ୍‌ତା, ଛାତ୍ରଛାତ୍ରୀଙ୍କୁ କିପରି କୋଭିଡ-୧୯ କଟକଣା ଭିତରେ ଶିକ୍ଷାଦାନ କରାଯାଉଛି ତାହା ବୁଲି ଦେଖିଥିଲେ। ପରେ ଡ.ପାତ୍ର ଛାତ୍ରଛାତ୍ରୀମାନଙ୍କ ଘୋଷଣା ପତ୍ର ଓ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷିରେ ଜିଲା ନୋଡାଲ ଅଫିସର ଡ.ପାତ୍ର ନୂଆଗାଁ ବ୍ଳକର ମାଳିସାହି ଗତୀଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଳେ। ଛାତ୍ରଛାତ୍ରୀଙ୍କୁ କିପରି ସାମାଜିକ ଦୂରତ୍ୱ ମଧ୍ୟରେ ପାଠ ପଢାଯାଉଛି ଏବଂ ମାସ୍କ ପରିଧାନ ସହ ବିଦ୍ୟାଳୟ କିପରି କୋଭିଡ-୧୯ ନିୟମକୁ କାର୍ଯ୍ୟ କରୁଛନ୍ତି ତାହା ସବୁ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ବଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ଓ ବିଭିନ୍ନ ଆନୁସଙ୍ଗୀକ କାର୍ଯ୍ୟବଳୀ ଉପରେ ଅଧ୍ୟକ୍ଷା ଅମିତା ଦାଶଙ୍କ ସହିତ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.