Home ଜିଲ୍ଲା ପରିକ୍ରମା ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ଯୋଗୁଁ ଗୁରୁଦିବସ ପାଳନ ଫିକା ପଡିଲା

ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ଯୋଗୁଁ ଗୁରୁଦିବସ ପାଳନ ଫିକା ପଡିଲା

99

ପୁରୀ, ୫/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ଙ୍କ ଜୟନ୍ତୀ ଦିବସ କୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଉଛି। କରୋନା ମାହାମାରୀ କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏହି ଦିବସ କୁ ଆଡମ୍ବର ସହକାରେ ବିଦ୍ୟାଳୟ ପରିସର ମଧ୍ୟରେ ପାଳନ କରିଥାନ୍ତି। କିନ୍ତୁ ଆଜି ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କର କୋଳାହଳ ନଥିଲା କି ଉତ୍ସବ ପାଳିତ ହୋଇପାରିନଥିଲା। କେତେକ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ରଖି ରାଧାକ୍ରିଷ୍ଣାନ ଙ୍କ ଫଟ୍ଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିଡାମ୍ବର ଭାବେ ଉତ୍ସବ ପାଳନ କରିଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.