Home କେନ୍ଦୁଝର ଶାସଙ୍ଗ ହାଇସ୍କୁଲରେ ପରାକ୍ରମ ଦିବସରେ ସାଇକେଲ ରାଲି

ଶାସଙ୍ଗ ହାଇସ୍କୁଲରେ ପରାକ୍ରମ ଦିବସରେ ସାଇକେଲ ରାଲି

17

ହାଟଡିହି, ୨୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ‘ପରାକ୍ରମ ଦିବସ’ ରୁପେ ପାଳନ କରିବାପାଇଁ ଅନୁରୋଧ କରିଥିଲେ । ଡିଜି ଏନ.ସି.ସି ଙ୍କ ଅନୁମତି ଅନୁଯାଇ ଏନ.ସି.ସି ଥିବା ସ୍କୁଲ ମାନଙ୍କରେ କ୍ୟାଡଟ ମାନଙ୍କ ଦ୍ୱାରା ନେତାଜୀଙ୍କ ସ୍ମୃତିକୁ ବଜାୟ ରଖିବାପାଇଁ ସାଇକେଲ ରାଲି ଆୟୋଜନ କରାଯିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ରମରେ ହାଟଡିହି ବ୍ଲକ ପଞ୍ଚାୟତ ହାଇସ୍କୁଲ ଶାସଙ୍ଗରେ ୧୪ଓଡିଶା ବି.ଏନ ଏନ.ସି.ସି କେନ୍ଦୁଝର କ୍ୟାଡେଟ ମାନଙ୍କ ଦ୍ୱାରା ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଘଟଗାଁ ବ୍ଲକର ଏବିଇଓ ତପୋଧନ ସ୍ୱାଇଁ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । କ୍ୟାଡେଟ ମାନେ ସାଇକେଲ ରାଲିରେ ଯାଇ ପରାକ୍ରମ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ସିଟିଓ ଶିଶିର କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.