Home ଜିଲ୍ଲା ପରିକ୍ରମା ଶଙ୍ଖାଳୀ ଗୌରୀ ସ୍ମାରକୀ ମେଧା ଛାତ୍ର ସମ୍ମାନ ଉତ୍ସବ, ଛାତ୍ର ଜୀବନର ଶ୍ରେଷ୍ଠ ସମୟକୁ ବିନିଯୋଗ...

ଶଙ୍ଖାଳୀ ଗୌରୀ ସ୍ମାରକୀ ମେଧା ଛାତ୍ର ସମ୍ମାନ ଉତ୍ସବ, ଛାତ୍ର ଜୀବନର ଶ୍ରେଷ୍ଠ ସମୟକୁ ବିନିଯୋଗ କର-ପ୍ରଫୁଲ ସାମଲ

2

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନିଳୋକ ପଚାଂୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଶଙ୍ଖାଳୀ ଗୌରୀ ସ୍ମାରକୀ ମେଧା ଛାତ୍ର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସ୍ଥାୟୀ ସଭାପତି ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଜ୍ଞାନର ପରିସୀମା ନଥାଏ, ଛାତ୍ର ଜୀବନର ଶ୍ରେଷ୍ଠ ସମୟକୁ ବିନିଯୋଗ କରି ବଡ ଓ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଚାଂନନ ରାଉତ ତାଙ୍କ ବକ୍ତବ୍ୟରେ ଲକ୍ଷ୍ୟ ସ୍ଥିର କରି ଭବିଷ୍ୟତ ଗଠନ ପଛରେ ଆଗେଇ ଯିବାକୁ କହିଥିଲେ । ଉଦ୍‌ଘାଟକ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ ଗ୍ରାମାଚଂଳରେ ଏକ ସୁନ୍ଦର ପରିବେଶରେ ପିଲାମାନଙ୍କୁ ପାଠ ପଢିବା ପାଇଁ ଯେଉଁମାନେ ପରିକଳ୍ପନା କରି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ତାହା ଆଜି ସାର୍ଥକ ହୋଇଛି । ମୁଖ୍ୟବକ୍ତା ଭାବେ ବନ୍ତ ଆଚଂଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ଜୀବନର ଗତିପଥକୁ ସଠିକ୍ ନିରୂପଣ କରି କଠୋର ଅଧ୍ୟବସାୟ ଓ ସଂକଳ୍ପ ବଦ୍ଧ ଆଣି ଆଗକୁ ବଢିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଏକାଡେମିକ ଇଟଂରନ୍ୟାସନାଲ ସ୍କୁଲ ଗଣିଜାଙ୍ଗର ଅଧ୍ୟକ୍ଷ ଗୌରାଙ୍ଗ ଚରଣ ନାୟକ, ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଭାସ୍କର ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ୱେତପଦ୍ମା ପାତ୍ର ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ଜେନା ଅତିଥିଙ୍କୁ ମଂଚକୁ ଆହ୍ୱାନ, ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ, ଟ୍ରଷ୍ଟର ଉପଦେଷ୍ଟା ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ, ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ସମ୍ପାଦକୀୟ ବିବରଣୀ ପାଠ ଏବଂ ଶିକ୍ଷକ ଶ୍ରୀକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚଳିତ ସିବିଏସଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜୟ କୁମାର ମହାନ୍ତି, ଦିପ୍ତିମୟୀ ନାୟକ, ଆଦ୍ୟାଶା ରାଉତ୍‌, ସୌମ୍ୟରଞ୍ଜନ ରାଉତ, ସୌମ୍ୟରାଣୀ ସାହୁ, ଆଶୋତୋଷ ଦାଶ, ସୌମ୍ୟ ପ୍ରକାଶିନୀ ସାହୁ, ସ୍ୱୟଂଶୁ ସତ୍ୟପ୍ରଜ୍ଞା ସୁଅର, ଜସ୍ମିନ୍ ବିନ୍ଧାଣୀ, ଅନ୍ୱେଷା ରାଉତ, ଅଶୁଂମାନ ମୁଖାର୍ଜି, ପ୍ରିୟଦର୍ଶନୀ ନାୟକ, ଦୀପାଞ୍ଜଳୀ ସାହୁ, ଓମପ୍ରକାଶ ବିଶ୍ୱାଳ, ଆଲିସା ବେହେରା, ସଞ୍ଜୟ ପାତ୍ର, ସ୍ୱୟଂପ୍ରଭା ରାଉତ, ବିଷ୍ଣୁପ୍ରସାଦ ବାରିକ, ଅଦ୍ୟପ୍ତି ସାମଲ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସୌରଭ କୁମାର ସାହୁ , ଏକାଡେମିକ ଇଟଂରନ୍ୟାସନାଲ ସ୍କୁଲର ଅତଲୁ କୁମାର ବେହେରା, ଶୁଭସ୍ମିତା ରାଉତ, ସାଇପ୍ରିୟା ମଲ୍ଲିକ ଏବଂ ସତ୍ୟ ସାଇ ଗୁରୁକୂଳର ରୁଦ୍ରପ୍ରସାଦ ପଣ୍ଡା, ସାଇ ସତ୍ୟଜ୍ୟୋତି ସାହୁ,ସାଇ ସ୍ୱରୂପ ସାମଲ ଙ୍କୁ ପ୍ରଶଂସା ପତ୍ର, ମେଡାଲ ଓ ପୁରସ୍କାର ରାଶି ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ସମାରୋହକୁ ଉଦ୍‌ଘାଟନ କରାଯାଇଥିଲା । ପରେ ସମସ୍ତ ଅତିଥି ମାନଙ୍କୁ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ପାତ୍ର, ରବିନ୍ଦ୍ର କୁମାର ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.