Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ୍ ପକ୍ଷରୁ ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଲାୟନ୍ସ କ୍ଲବ୍ ପକ୍ଷରୁ ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

41

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ସମଗ୍ର ଭଦ୍ରକ ଜିଲା ଶୀତର ଲହରିରେ ଥରୁଛି । ତେବେ ଏହି ଥଣ୍ଡା ଯୋଗୁଁ ରାସ୍ତା ପାଶ୍ୱର୍ ଓ ବିଭିନ୍ନ ଝୁପୁଡି ଘରେ ରହୁଥିବା ଗରିବ ଓ ଅସହାୟ ଲୋକମାନଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ôଚଥିବାବେଳେ ଆଜି ଭଦ୍ରକ ସହରସ୍ଥିତ ଥାନାଛକ ନିକଟରେ ଲାୟନ୍ସ କ୍ଲବ୍ ପକ୍ଷରୁ ସେମାନଙ୍କୁ ମାଗଣା ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଭଦ୍ରକର ସମାଜସେବୀ ତଥା ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଂପନ୍ନ ହୋଇଥିଲା । ଏଥିରେ ଶତାଧିକ ଗରିବ ଓ ଅସହାୟ ଲୋକ ଉପକୃତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.