Home ଜିଲ୍ଲା ପରିକ୍ରମା କୁରାଳ ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ

କୁରାଳ ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ

26

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି କୁରାଳ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ବ୍ଲକ୍‌ର କଲେଇ ପଂଚାୟତସ୍ଥିତ କ୍ଷେତ୍ରବାସୀ ସାହି ଚୁନିଦା ଗାଁ ରାସ୍ତା ମେଡିକାଲ ପରିସର, ବଜାର ଓ ପୋଖରୀ କୂଳ ପ୍ରମୁଖ ସ୍ଥାନଗୁଡିକୁ ପରିସ୍କାର ପୂର୍ବକ ସ୍ୱଚ୍ଛଭାରତ ଅଭିଯାନକୁ ସଫଳ କରିବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ କରୋନା ଭାଇରସ୍ କୋଭିଡ୍ -୧୯ ବିଷୟରେ ଜନ ସଚେତନତା ସୂଚୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁରାଳ ଫାଉଣ୍ଡେସନ ଚୁନିଦା କ୍ଷେତ୍ରବାସୀ, ଭଦ୍ରକର ସଭାପତି ଲୋକନାଥ ବେହେରା, ସଂପାଦକ ପୁରୁଷୋତ୍ତମ ବେହେରା, କୋଷାଧ୍ୟକ୍ଷ ପରମାନନ୍ଦ ସାହୁ, ସଂଯୋଜକ ସୁଶ୍ରୀ ମଧୁମତି ବେହେରା, ଆବାହକ ଯୋଗଗୁରୁ କାହ୍ନୁଚରଣ ସାହୁ, ଅର୍ଜୁନ ବେହେରା, ରାମଚନ୍ଦ୍ର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଏଥିରେ ଯୁବ ସମାଜସେବୀ ତୁଷାରକାନ୍ତି ପରିଡା, ଶିକ୍ଷାବିତ୍ ବାବୁଲା ରାଉତ, ସମାଜସେବୀ ନିତ୍ୟାନନ୍ଦ ବେହେରା, ସୁନୀଲ କୁମାର ଲେଙ୍କା, ଯାଦବ ନେତା କୃଷ୍ଣଚନ୍ଦ୍ର ବେହେରା, ଅରୁଣ କୁମାର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.