Home ଜିଲ୍ଲା ପରିକ୍ରମା ଅସହାୟା ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ପ୍ରତିଶୃତି ଦେଲା ହାପିକ୍ଲବ୍

ଅସହାୟା ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ପ୍ରତିଶୃତି ଦେଲା ହାପିକ୍ଲବ୍

73

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍‌ର ସ୍ୱେଚ୍ଛାସେବୀ ସଂଗଠନ ହାପି କ୍ଲବ୍‌ର ସଭ୍ୟ ମାନେ ଜଣେ ରୋଗାଗ୍ରସ୍ତ ମହିଳାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ବ୍ଲକ୍ କେନ୍ଦୁଆପଦା ପଞ୍ଚାୟତ ଗଣ୍ଡଗରା ଗ୍ରାମର ଅନନ୍ତ ସେଠୀଙ୍କ ପରିବାର ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିଲା ବେଳେ ଗତ କିଛି ମାସ ତଳେ ତାଙ୍କର ସ୍ତ୍ରୀ ରମାମଣୀ ସେଠୀ ଗର୍ଭାଶୟ ରୋଗରେ ପିଡ଼ୀତ ହୋଇଥିଲେ । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିଲେ । ଖବରପାଇ ହାପି କ୍ଲବ୍‌ର ସମ୍ପାଦକ ସତ୍ୟବ୍ରତ ଜେନା, କୋଷାଧ୍ୟକ୍ଷ ସୁକାନ୍ତ ସାହୁ, ମାନସ ଜେନା ପ୍ରମୁଖ ତାଙ୍କ ପାଖରେ ପହଞ୍ଚି ସମସ୍ତ ବୁଝିଥିଲେ । ପରେ ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଯୋଗାଯୋଗ କରି ରୋଗାଗ୍ରସ୍ତ ମହିଳାଙ୍କର ଅସ୍ତ୍ରୋପଚାର କରାଇବା ସହ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସଂମ୍ପୃକ୍ତ ପରିବାରକୁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.