Home ଜିଲ୍ଲା ପରିକ୍ରମା ଲଘୁଚାପ ବର୍ଷାରେ ଭିଜୁଛି ଧାମନଗର, ଅସ୍ତବ୍ୟସ୍ତ ଜନଜୀବନ, ଫସଲ ଓ ରାସ୍ତାଘାଟ ନେଇ ଚିନ୍ତା

ଲଘୁଚାପ ବର୍ଷାରେ ଭିଜୁଛି ଧାମନଗର, ଅସ୍ତବ୍ୟସ୍ତ ଜନଜୀବନ, ଫସଲ ଓ ରାସ୍ତାଘାଟ ନେଇ ଚିନ୍ତା

1

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାତାର ଲଘୁଚାପ ବର୍ଷା ଯୋଗୁଁ ଧାମନଗର ଅଂଚଳ ରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ଓ ଆଜିର ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଦେଖାଦେଇଛି।ମଙ୍ଗଳବାର ସକାଳ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ,ଭଦ୍ରକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୬୭.୨ ମି.ମି. ବର୍ଷା ହୋଇଥିବା ବେଳେ ଧାମନଗରରେ ୪୯ ମି.ମି., ବନ୍ତରେ ୪୪ ମି.ମି., ତିହିଡ଼ିରେ ୪୨ ମି.ମି., ଭଣ୍ଡାରିପୋଖରୀ ରେ ୩୦ ମି.ମି. ଏବଂ ବାସୁଦେବପୁରରେ ୨୯ ମି.ମି. ବର୍ଷା ରେକର୍ଡ କରାଯାଇଛି।ବର୍ଷା କାରଣରୁ ଧାମନଗର ବ୍ଲକରେ ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଗୋରୁଗାଈମାନେ ବାହାରକୁ ବାହାରି ନପାରି ଗୁହାଳରେ ଅଟକି ରହିଥିବାବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ପୂର୍ବ ଲଘୁଚାପ ଓ ବର୍ତମାନର ବର୍ଷା ଯୋଗୁଁ ପନିପରିବା ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।ଅବିଶ୍ରାନ୍ତ ବର୍ଷା ଯୋଗୁଁ ସ୍ଥାନୀୟ ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଧାମନଗର-ଫଳପୁର ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଏହି ଗାତଗୁଡ଼ିକ ବର୍ଷା ପାଣିରେ ପୂର୍ଣ୍ଣ ହୋଇଥିବାରୁ ଯାନବାହନ ଚଳାଚଳରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏହାଛଡ଼ା, ବିଭିନ୍ନ ନଦୀବନ୍ଧରେ ଚାଲିଥିବା କାର୍ଯ୍ୟ ଯୋଗୁଁ ରାସ୍ତା ଖରାପ ହୋଇ ପଥଚାରୀ ଓ ଯାନବାହନ ଚଳାଚଳରେ ବାଧା ଉପୁଜୁଛି। ନିମ୍ନାଂଚଳରେ ପାଣି ଜମିବାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ତେବେ ରାସ୍ତା ମରାମତି ପାଇଁ ସାଧାରଣରେ ଦାବିହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.