Home ଓଡ଼ିଶା ଲଗାଣ ବର୍ଷା ଜାରୀ :ବାଲିଗୁଡା ଠାରୁ ଲଣ୍ଡାଗାଁ-ରାସ୍ତା ଧୋଇ ଗଲା

ଲଗାଣ ବର୍ଷା ଜାରୀ :ବାଲିଗୁଡା ଠାରୁ ଲଣ୍ଡାଗାଁ-ରାସ୍ତା ଧୋଇ ଗଲା

159

ବାଲିଗୁଡା, ୮/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବାଲିଗୁଡାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ବାଲିଗୁଡା ପୂର୍ତ୍ତ ବିଭାଗ ଦ୍ୱାରା ପରିଚାଳିତ ବିବିକେସ ରୋଡର ବାଲିଗୁଡା ଠାରୁ ଲଣ୍ଡାଗାଁ – ମଧ୍ୟରେ ଆପ୍ରା ନାଳର ଆପ୍ରୋଚର କିଛି ଅଂଶ ଧୋଇ ହୋଇ ଯାଇଥିବା ବେଳେ ବାରଖମା, ସୁଡ୍ରା ପୋଖରୀ ବନ୍ଧ, ଖମନଖୋଲ ଓ ଲଣ୍ଡାଗାଁ ମଧ୍ୟରେ କିଛି ସ୍ଥାନରେ ରାସ୍ତା ଖାଇ ଯାଇଥିଲା ଏହି ଖବର ପାଇବା ପରେ ପରବର୍ତ୍ତୀ ସମୟ ରେ ତାହାକୁ ବାଲିବସ୍ତା ପକାଇ ଯାତାୟାତ ପାଇଁ ଠିକ କରାଯାଇଛି ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେହିପରି ବାଟାଗୁଡ଼ା ନିକଟରେ ଧୋଇ ହୋଇଯାଇଥିବା ଏନ.ଏଚ ୫୯ ଡାଇଭର୍ସନ ମରାମତି କାର୍ଯ୍ୟ ମଧ୍ୟ ଗୁରୁବାର ସନ୍ଧ୍ୟା ସୁଦ୍ଧା ଠିକ ହୋଇଯାଇଥିବାରୁ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.