Home ଓଡ଼ିଶା ଲକ ଡାଉନ ପାଇଁ ମାଲକାନଗିରିରେ ଶ୍ରୀ ରାମ ନବମୀ ଉତ୍ସବ ଫିକା ପଡିଲା

ଲକ ଡାଉନ ପାଇଁ ମାଲକାନଗିରିରେ ଶ୍ରୀ ରାମ ନବମୀ ଉତ୍ସବ ଫିକା ପଡିଲା

136

ମାଲକାନଗିରି,୨ା୪ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନାର ଭୟାବହ ପରିସ୍ଥିତି ଲାଗି ଲକ ଡାଉନ ଘୋଷଣା କରାଯାଇ ଥିବାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଶ୍ରୀରାମ ନବମୀ ଉତ୍ସବ ଫିକା ପଡି ଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଶିବାନନ୍ଦ ଆଶ୍ରମ ପରିସରରେ ଠାରେ ଥିବା ଏକ ମାତ୍ର ଶ୍ରୀରାମ ମନ୍ଦିରରେ ନିରାଡାମ୍ବର ସହକାରେ ଶ୍ରୀରାମ ନବମୀ ଓ ଶ୍ରୀରାମ ଜନ୍ମଉତ୍ସବ ପାଳିତ ହୋଇ ଯାଇଛି । କରୋନା ପାଇଁ ପୁବ ର୍ ପରି ଶ୍ରୀ ରାମ ନବମୀ ଉତ୍ସବ ଅବସରରେ ନାମ ସଂକିର୍ତନ, ନରନାରୟଣ ସେବା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇ ପାରିନାହିଁ କି ଭକ୍ତମାନଙ୍କର ମଧ୍ୟ ଭିଡ ହୋଇ ନାହିଁ । କେବଳ ମଦିର ପୁଜାରି ହାତ ଗଣତି କେତେଜଣ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀରାମ ଙ୍କ ବିଗ୍ରହ ନିକଟରେ ପୁଜା ପାଠ କରିବା ସହିତ ଶ୍ରୀରାମଙ୍କ ପାଦ ପୂଜା କରିଥିଲେ । ଠିକ ସେହିପରି କାଲିମେଳା. ପଡିଆ, ଏମଭି୭୯, ଏମଭି୭୨,ମୋଟୁ,କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ଖଇରପୁଟ, ଗୁମ୍ମା, ମାଥିଲି, ଗୋବିନ୍ଦପାଲ୍ଲି,ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ନିରାଆଡମ୍ବର ସହକାରେ ଶ୍ରୀରାମନବମୀ ଉତ୍ସବ ପାଳିତ ହୋଇ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.