Home ଓଡ଼ିଶା ପିଡଏସ ଚାଉଳ ଦେବା ଦାବିନେଇ ଦୀନମଜୁରୀଆ ମାନେ ରାସ୍ତାକୁ ଓହ୍ଲାଇଲେ,ପ୍ରଶାସନିକ ଅଧିକାରୀ ବୁଝାଇ ଘରକୁ...

ପିଡଏସ ଚାଉଳ ଦେବା ଦାବିନେଇ ଦୀନମଜୁରୀଆ ମାନେ ରାସ୍ତାକୁ ଓହ୍ଲାଇଲେ,ପ୍ରଶାସନିକ ଅଧିକାରୀ ବୁଝାଇ ଘରକୁ ବିଦାକଲେ

165

 

ମାଲକାନଗିରି,୨ା୪ (ଓଡିଆ ପୁଅ ) କରୋନା ପାଇଁ ଲକ ଡାଉନ ହୋଇଥିବାରୁ ଗାଁ ଗହଳରେ ଥିବା ଗରିବ ଦିନମଜୂରିଆ ମାନେ ବାହାରକୁ କାମ ଧନ୍ଧାକରିବାକୁ ଯାଇ ପାରୁନଥିବାରୁ ସେମାନଙ୍କୁ ତୁରନ୍ତ ପିଡିଏସ ଚାଉଳ ଯୋଗାଇ ଦେବା ପାଇଁ ଦାବି କରି ତାଳଗୁଡା ଓ ସତୀଗୁଡା ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ଏ ପରି ଘଟଣା ମାଲକାନଗିରି ସଦର ବ୍ଲକସ୍ଥ ସିନ୍ଧ୍ରିମାଳ ପଚାଂୟତ ସତୀଗୁଡା ତାଳଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ତାଳଗୁଡା ଗ୍ରାମର ଅଧିକାଂଶ ଗ୍ରାମବାସୀ ଗରିବଖଟିଖିଆ,ଗତ୮ଦିନ ହେଲା ଲକ ଡାଉନ ହୋଇ ଯାଇଥିବାରୁ ଦୋକାନବଜାର, କୃଷିକାମ ସହ ଅନ୍ୟାନ କୋମ ଗୁଡିକ ବନ୍ଦ ହୋଇଯିବା ସହିତ ଲୋକ ମାନେ ଘରୁ ବାହାରକୁ ବାହାରୁ ନଥିବାରୁ ଜନଜୀବନ ଠପ ହୋଇପଡିଛି । ସେମାନଙ୍କ ଘରେ ଯାହା ଧାନଚାଉଳ ଥିଲା ସବୁ ସରିଗଲାଣି, ପିଡିଏସ ଚାଉଳ ମଧ୍ୟ ମିଳିନଥିବା ଓ ଘରେ କିଛି ଖାଇବାକୁ ନଥିବାରୁ ପିଲା ଛୁଆ କିପରି ବଚିଂବେ ସେ ନେଇ ଜିଲ୍ଲାପ୍ରଶାସନ କୁ ଜଣାଇବା ପାଇଁ ଗ୍ରାମର ଶତାଧିକ ଲୋକ ଘରୁ ବାହାରକୁ ବାହିରି ଗାଁ ମୁଣ୍ଡଠାରେ ଥିବା ସତୀଗୁଡା ସ୍କୁଲପରିସରରେ ଏକତ୍ରୀତ ହୋଇଥିଲେ । ଏ ଖବର ଜିଲ୍ଲାପ୍ରଶାସନ ଜାଣିବା ପରେ ସଙ୍ଗେ ସଙ୍ଗେ ତହସିଲଦାର ଗୁଣନିଧି ନାୟକ,ମାଲକାନଗିିରି ବିଡିଓ ଅଜୟକୁମାର ପ୍ରଧାନ , ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଘଟଣାସ୍ଥଳରେ ପହଁଚି ଲକ ଡାଉନ ସମୟରେ କେହି ଘରୁ ବାହାରକୁ ବାହାରନାହିଁ କି ଏକ ତ୍ରୀତ ହୁଅ ନାହିଁ ଆପଣ ମାନଙ୍କର ସମସ୍ୟା ଜିଲ୍ଲାପ୍ରଶାନ ବୁଝିବ, ରନ୍ଧାଖାଦ୍ୟ ପଚାଂୟତରେ ଦିଆ ଯାଉଛି ଆପଣମାନେ ସେଠାରୁ ଖାଦ୍ୟ ସଂଗ୍ରହ କରିପାରିବେ,ତୁରନ୍ତ ଆପଣ ମାନଙ୍କୁ ପିଡିଏସ ଚାଉଳ ଓ ସରକାରୀ ସହାୟତା ଯୋଗାଇ ଦିଆଯିବ, ଲକ ଡାଉନ ନିୟମକୁ ମାନି ଜିଲ୍ଲାପ୍ରଶାସନକୁ ସହଯୋଗ କରବୋଲି ଭୁଝାଇବା ପରେ ଗ୍ରାମବାସୀ ମାନେ ନିଜ ନିଜ ଘରକୁ ଫେରିଯାଇଥିଲେ ,

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.