Home ଅପରାଧ ଲକ୍ ଡାଉନ୍ ସମୟରେ ବିଦ୍ୟୁତ୍ ଓ ପାନୀୟ ଜଳ ସମସ୍ୟା, ବକେୟା ବିଦ୍ୟୁତ୍ ବିଲ୍ ପଇଠ...

ଲକ୍ ଡାଉନ୍ ସମୟରେ ବିଦ୍ୟୁତ୍ ଓ ପାନୀୟ ଜଳ ସମସ୍ୟା, ବକେୟା ବିଦ୍ୟୁତ୍ ବିଲ୍ ପଇଠ ପାଇଁ କମ୍ପାନୀର ତାଗିଦ୍

608

କେନ୍ଦୁଝର,ତା ୦୨ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
ଗ୍ରୀଷ୍ମପ୍ରବାହ ଭିଷଣ ଖରା ଓ ଗରମ୍ ସାଙ୍ଗକୁ କରୋନା ମହାମାରୀ ଭାଇରସର ଆତଙ୍କ କାରଣରୁ ସରକାରଙ୍କ ଲକ୍ ଡାଉନ୍ ନିୟମ । ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଖରେ ନିଜ ପରିବାର ସଦସ୍ୟଙ୍କୁ ମୁଠାଏ ଖାଦ୍ୟ ଦେବା ପାଇଁ ଅର୍ଥ ନଥିବା ବେଳେ ଏହି ସମୟରେ ବିଦ୍ୟୁତ୍ ବିଲ୍ ପାଇଁ ନେସ୍କୋ କମ୍ପାନୀ ଲୋକମାନଙ୍କୁ ତାଗିଦ୍ କରୁଥିବା ଅଭିଯୋଗ ହୋଇଛି । ଆଜକୁ ପାଞ୍ଚଦିନ ହେଲା ଗ୍ରାମର ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିବା ହେତୁ ଲୋକମାନେ ଅନ୍ଧକାର ସହ ଗରମରେ ଜୀବନ ବିତାଉଛନ୍ତି । ଏଥିସହ ପାନୀୟ ଜଳର ସମସ୍ୟା ଲୋକମାନଙ୍କ ବଡ଼ ଚିନ୍ତାର କାରଣ ପାଲଟିଛି ।

ଏମିତି ଏକ ଅଭାବନୀୟ ପରିସ୍ଥିତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଜୁରୁଡିର ଜଳିବାହାଳ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଲୋକମାନେ ବିଦ୍ୟୁତ ମରାମତି ପାଇଁ ନେସ୍କୋ କର୍ତ୍ତୃପକ୍ଷଙ୍କ ଗୋଡ଼ ଧରିଲା ପରେବି ମରାମତିର ନା ଧରୁନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ ନେସ୍କୋ କମ୍ପାନକୁ ୬୦ ହଜାର ଟଙ୍କା ଦେଲେ ଗ୍ରାମକୁ ବିଦ୍ୟୁତ ଦିଆଯିବ, ନଚେତ୍ ବିଦ୍ୟୁତ ସଂଯୋଗ କରିବାକୁ ରୋକ୍ ଠୋକ୍ ମନା କରିଛନ୍ତିି କମ୍ପାନୀ କର୍ତ୍ତୃପକ୍ଷ । ସରକାରଙ୍କ ଲକ୍ ଡାଉନ୍ ନିୟମକୁ ପାଳନ କରିବା ନିମନ୍ତେ ଘରୁ ବାହାରକୁ ବାହାରନ୍ତୁ ନାହିଁ ହାତକୁ ବାରମ୍ବାର ସାବୁନରେ ଧୋଇବାର ସଚେତନ କରାଯାଉଛି । ହେଲେ ଏଠାକାର ଲୋକମାନେ ପିଇବା ପାଇଁ ପାଣି ଟୋପାଏ ପାଉନଥିବା ବେଳେ ହାତ ଧୋଇବା ଓ ଗାଧୋଇବା କଥା ନକହିବା ଭଲ ।

ଉଲ୍ଲେଖ ଯୋଗ୍ୟ ଯେ ଲକ୍ ଡାଉନ୍ ସମୟରେ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଠିକ୍ ଭାବେ କରାଯିବା ସହ ଉପଭୋକ୍ତାଙ୍କ ଠାରୁ ବକେୟା ବିଦ୍ୟୁତ ବିଲ୍ ଆଦାୟ ନକରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ନେସ୍କୋ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଥିବାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଇବା ସହ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା କର୍ତ୍ତୃପକ୍ଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.