Home ଜିଲ୍ଲା ପରିକ୍ରମା ଲକ ଡାଉନ ନିୟମ ଉଲଘଂନ କରିଥିବା ଅଭିଯୋଗରେ ୪୬ ଗିରଫ,ଶତାଧିକ ବାଇକ ଜବତ

ଲକ ଡାଉନ ନିୟମ ଉଲଘଂନ କରିଥିବା ଅଭିଯୋଗରେ ୪୬ ଗିରଫ,ଶତାଧିକ ବାଇକ ଜବତ

88

ମାଲକାନଗିରି,୮ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସାଙ୍ଗକୁ ଲକ ଡାଉନ ଡାକରାରେ ଦେଶବାସୀ ନିଜ ଘରୁ ବାହାରକୁ ବାହାରୁ ନଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ଲୋକ ବାଇକ ଧରି ବୁଲି ରାସ୍ତାଘାଟରେ ଅଯଥା ଭିଡଜମାଉ ଥିବାରୁ ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ଚଢଉ କରାଯାଇ ବିଭିନ୍ନ ଥାନା ଅଚଂଳରୁ ୪୬ଜଣ ଅମାନିଆଙ୍କୁ ଗିରଫ କରିବା ସହ ଶତାଧିକ ବାଇକ ଜବତ କରିଛନ୍ତି । ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସହର,ବଜାର.ଗାଁ ଗହଳିରେ ଲକ ଡାଉନ ସମୟରେ କେହି ଗାଡିଧରି ବାହରକୁ ଯାଆନ୍ତୁ ନାହିଁ କି ରାସ୍ତାଘାଟରେ ଭିଡକରନ୍ତୁ ନାହିଁ , ସାମାଜିକ ଦୂରତା ରକ୍ଷାକରନ୍ତୁ ବୋଲି ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ସ୍ୱତ୍ୟେ କିଛି ଲୋକ ଅଯଥା ବାଇକ ଧରି ବୁଲିବା ଓ ଦୋକାନ ବଜାର ରାସ୍ତାଘାଟରେ ଗହଳିକରି ଲକ ଡାଉନ ନିୟମକୁ ମାନୁନଥିବା ଅଭିଯୋଗରମାଲକାନଗିରି,କାଲିମେଳା,ପଡିଆ, ଏମଭି୭୯, ଚିତ୍ରକୋଣ୍ଡା, ମାଥିଲି,ମୁଦୁଲିପଡା(ଖଇରପୁଟ) ଥାନା ପୁଲିସ ପକ୍ଷରୁ ୪୬ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଶତାଧିକ ବାଇକ ଜବତ କରିଛନ୍ତି । ବିଶେଷ କରି ମାଲକାନଗିରି ଥାନା ପୁଲିସର ପିସିଆର ଭ୍ୟାନ ପେଟ୍ରୋଲିଂ ସମୟରେ ଜିଲ୍ଲାସଦର ମହକୁମାଠାରେ ପୁଲିସ ହାବୁଡରେ ପଡି ଏବେ ହରଡ ଘଣାରେ ପଡିଯାଇଛନ୍ତି କିଛି ଅମାନିଆ ଯୁବକ । ଲକ ଡାଉନ ନିୟମ ଉଲଘଂନ କରିବା ଅଭିଯୋଗରେ ମାଲକାନଗିରି ପୁଲିସ ଇତି ମଧ୍ୟରେ ୩୧୮ଟି ବାଇକ ଜବତ କରିବା ସହିତ ୧୧ଜଣଙ୍କୁ ଗିରଫ କରିଛନ୍ତି । ଲକ ଡାଉନ ସମୟରେ କେହି ବାହାରକୁ ବାହାରନ୍ତୁ ନାହିଁ ,ପନି ପରିବା ସଉଦା ଓ ଅତ୍ୟାବଶ୍ୟକିୟ ସାମଗ୍ରୀ କ୍ରୟ କରିବାକୁ ଗଲେ ଚାଲି ଚାଲି ଯାଅନ୍ତୁ,ଗାଡି କିମ୍ବା ବାଇକ ନେଇ ଅଯଥା ଦୋକାନ ଆଗରେ ଗହଳି କରନ୍ତୁ ନାହିଁ । ଲକ ଡାଉନ ନିୟମ ମାନି ସାମାଜିକ ଦୂରତା ରକ୍ଷାକରନ୍ତୁ କରୋନା ସଂକ୍ରମଣରୁ ଦୂରେଇ ରୁହନ୍ତୁ ବୋଲି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ସହର ବାସୀଙ୍କୁ ନିବେଦନ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.