Home ଓଡ଼ିଶା ମାସ୍କ ପିନ୍ଧିବା ବାଧ୍ୟତାମୁଳକ ହୋଇଥିବାରୁ ଏସଏଚଜି ମହିଳା ମାନେ ମାସ୍କ ତିଆରୀ କଲେ

ମାସ୍କ ପିନ୍ଧିବା ବାଧ୍ୟତାମୁଳକ ହୋଇଥିବାରୁ ଏସଏଚଜି ମହିଳା ମାନେ ମାସ୍କ ତିଆରୀ କଲେ

144

ମାଲକାନଗିରି,୮ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆସନ୍ତା କାଲିଠାରୁ ଘରେ ଓ ବାହାରେ ସମସ୍ତେ ମୁହଁରେ ମାସ୍କ ଲଗାଇବା ପାଇଁ ରାଜ୍ୟସରକାର ଘୋଷଣା କରିଥିବାରୁ ଦୋକାନବଜାର ଗୁଡିକରେ ଆବଶ୍ୟକ ପରିମାଣରେ ମାସ୍କ ମିଳୁନାହିଁ । ଯେଉଁ ମାସ୍କ ମିଳୁଛି ତାହା ର ମୂଲ୍ୟ ବହୁତ ହୋଇଥିବାରୁ ଗରିବ ଲୋକେ କ୍ରୟ କରିପାରୁନାହାଁନ୍ତି, ଏହି ସବୁ କୁ ଲକ୍ଷକରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ର ଏମଭି୪୮ ଗ୍ରାମର ଶିବଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନେ ମାସ୍କ ତିଆରୀ ଆରମ୍ଭ କରିଦେଇଛନ୍ତି । ଏହି ସ୍ୱୟଂସହାୟକ ଗୋଷ୍ଠି ମହିଳା ମାନେ ମାସ୍କ ତିଆରି କରୁଥିବାର ଦେଖି ସେମାନଙ୍କୁ ଓଡିଶା ଜୀବିକୀ ମିଶନ ପକ୍ଷରୁ କପଡା ଯୋଗାଇ ଦିଆଯାଇ ସେମାନଙ୍କୁ ଠାରୁ ୨୦ଟଙ୍କାଲେଖା ମୂଲ୍ୟରେ ଜିଲ୍ଲାପ୍ରଶାସନ  ମାସ୍କ କ୍ରୟ କରିନେଉ ଥିବାର ଜଣାପଡିଛି । ଏହା ଦ୍ୱାରା ଏହି ମହିଳା ସ୍ୱୟଂସହାୟକ ଗୋଷ୍ଠି ସ୍ୱାବଲମ୍ବି ହେବାସହିତ ଗାଁର ଅନ୍ୟମହିଳା ମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.