Home ଜିଲ୍ଲା ପରିକ୍ରମା କରୋନା ଯୋଦ୍ଧାଙ୍କୁ ନମସ୍କାର, ନିୟମ ଉଲଘଂନକାରି ଙ୍କୁ କୋଠର ଦଣ୍ଡ

କରୋନା ଯୋଦ୍ଧାଙ୍କୁ ନମସ୍କାର, ନିୟମ ଉଲଘଂନକାରି ଙ୍କୁ କୋଠର ଦଣ୍ଡ

302

ମାଲକାନଗିରି,୮ା୪ (ଓଡିଆ ପୁଅ) ସମଗ୍ର ବିଶ୍ବରେ କରୋନା ମହାମାରି ରୁପ ଧରିଥିବାରୁ ଲକ ଡାଉନ ସମୟରେ ଜିଲ୍ଲାବାସୀଙ୍କୁ ଯେଉଁ ମାନେ ସେବାଯୋଗାଇ ଦେଉଛନ୍ତି ସେମାନଙ୍କୁ ନମସ୍କାର ଓ ଲକ ଡାଉନ ନିୟମ ଉଲଂଘନ କାରି ମାନଙ୍କୁ ଦଣ୍ଡଦିଆଯିବ ବୋଲି ବାର୍ତାଦେଇଛନ୍ତି ଜିଲ୍ଲାପାଳ ଓ ଏସପି ,   ମାଲକାନଗିରି ଜିଲ୍ଲାରେ ଲକଡାଉନ ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ପୁଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ବେଳେ କିଛି ଅମାନିଆ ଏହି ନିୟମକୁ ନ ମାନି ରାସ୍ତାଘାଟରେ ଗାଡିଧରି ବୁଲୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ ,ଏସପି ରିଶିକେଶ ଡି ଖିଲାରୀ ଲକଡାଉନ ନିୟମ ଉଲଘଂନ କାରୀ ମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଦୋକାନ ବଜାରରେ ଅତ୍ୟାବଶ୍ୟକିୟ ସାମଗ୍ରୀ କ୍ରୟବେଳେ ଜନ ଗହଳି କରି ସାମାଜିକ ଦୂରତା ଅବଲମ୍ବ ନ କଲେ ଦୋକାନୀ ମାନଙ୍କ ଲାଇସେନ୍ସ ରଦ୍ଧ କରାଯାଇ ସେମାନଙ୍କୁ ଗିରଫ କରାଯିବ । ସମଗ୍ର ବିଶ୍ୱରେ କରୋନା ମହାମାରି ରୁପ ନେଇଥିବା ବେଳେ ଏହାର ସଂକ୍ରମଣ ରୁ ରକ୍ଷାକରିବା ପାଇଁ ସ୍ୱାସ୍ଥ୍ୟସେବା ଓ ଭତାଟଙ୍କା,ପିଡିଏସ ଚାଉଳ ଘର ନିକଟରେ ପହଁଚାଇ ଆମକୁ ଯେଉଁ ମାନେ ରାତି ଦିନ ସେବା ଯୋଗାଇ ଆସୁଛନ୍ତି ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ,ପୁଲିସ ଓ ସରକାରୀ କର୍ମଚାରୀ,ସ୍ୱେଚ୍ଛାସେବୀ ମାନେ ହିଁ ପ୍ରକୃତ କରୋନାର ଯୋଦ୍ଧା ହୋଇଥିବାରୁ ସେମାନଙ୍କୁ ଆମେ ସମ୍ମାନ ଜଣାଇ ସହଯୋଗ କରି ଲକ ଡାଉନ ନିୟମକୁ ମାନି ଘରୁ ବାହାରକୁ ବାହାରିବା ନାହିଁ, ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା ଓ ଜରୁରୀ କାମରେ ବାହରୁ ଗଲେ ସାନିଟାଇଜ ହୋଇ ମୁହଁରେ ମାସ୍କ ପିନ୍ଧି ଯିବା, କୌଣସି ସ୍ଥାନରେ ଅଯଥା ରେ ଗହଳି ନକରି ସାମିଜିକ ଦୁରତା ରକ୍ଷାକରିବା,କୌଣସି ମିଥ୍ୟାଖବର କିମ୍ବା ଗୁଜବ କୁ ବିଶ୍ୱା କରିବା ନାହିଁ, ଗୁଜବ ସୃଷ୍ଟିକରୁଥିବା ବ୍ୟକ୍ତିମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ଇତି ମଧ୍ୟରେ ଶତାଧିକ ବାଇକ ଜବତ ହେବାସହିତ ଲକ ଡାଉନ ନିୟମ ଉଲଘଂନ କାରୀ ୪୬ଜଣଙ୍କୁ ଗିରଫ କରାଯାଇଛି, ସାମାଜିକ ଦୁରତା ଅବଲମ୍ବନ ସହ ହ୍ୟାଣ୍ଡ ସାନିଟାଇଜ ହିଁ କରୋନା ଭାଇରସ ସଂକ୍ରମଣ ଠାରୁ ରକ୍ଷା କରିପାରିବ ବୋଲି ଜିଲ୍ଲାପାଳ ଓ ଏସପି ଭିଡିଓ ମାଧ୍ୟମରେ ଗଣମାଧ୍ୟମ ଜରିଆରେ ଜନସାଧରଣଙ୍କ ଉଦେଶ୍ୟରେ ବାର୍ତାଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.