Home ଓଡ଼ିଶା ଲକଡାଉନ ରେ ଗଲା ଜୀବନ, ଟଙ୍କା ରୋଜଗାର କରିବାକୁ ଯାଇଥିଲେ ଶବ ହୋଇ ଫେରିଲେ

ଲକଡାଉନ ରେ ଗଲା ଜୀବନ, ଟଙ୍କା ରୋଜଗାର କରିବାକୁ ଯାଇଥିଲେ ଶବ ହୋଇ ଫେରିଲେ

259

ମାଲକାନଗିରି,୧୩ା୫(ଓଡିଆ ପୁଅ ) କରୋନା ମହାମାରିକୁ ଡରି ନିଜଘରକୁ ଫେରିବା ପାଇଁ ହାଇଦ୍ରାବାଦରୁ ଚାଲି ଚାଲି ମାଲକାନଗିରି କୁ ଆସୁଥିବା ଜଣେ ଆଦିବାସୀ ଯୁବକ ଘରେ ପହଁଚିବା ଆଗରୁ ଚାଲିଗଲା ତାଙ୍କର ଜୀବନ । ଲକଡାଉନ ପାଇଁ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ହାଇଦ୍ରାବାଦରୁ ଚାଲି ଚାଲି ମାଲକାନଗିରି କୁ ଆସୁଥିଲେ ଚାରିଜଣ ପ୍ରବାସୀ ଶ୍ରମିକ ସେମାନଙ୍କ ମଧ୍ୟରେ ଥିଲେ ଆଦିବାସୀ ଯୁବକ କସାମାଡକାମି । ଆନ୍ଦ୍ରପ୍ରଦେଶ ଭଦ୍ରାଚଳମ ଠାରେ ପହଁଚିବାପରେ ସେଠାରେ ପ୍ରବଳଖରା ସାଙ୍ଗକୁ ଲୁ ପ୍ରଭାବିତ ହେବା ଓ ଦୁଇଦିନ ଧିରି ଭୋକଓପାସରେ ଚାଲି ଚାଲି ଆସିଥିବା ଯୋଗୁ କସା ଅଚେତ ହୋଇତଳେ ପଡିଯାଇଥିଲେ । ସାଥିରେ ଥିବା ଅନ୍ୟ ଶ୍ରମିକ ମାନେ ଏହା ଦେଖି ସଙ୍ଗ ସଙ୍ଗେ ଭଦ୍ରାଚଳମ ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ହସପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିବା ପରେ ଅନ୍ୟଶ୍ରମିକ ମାନେ ଚାନ୍ଦାକରି ୮ହଜାର ଟଙ୍କା ରେ ଆମ୍ବୁଲାନ୍ସ ଭଡା କରି କସା ମାଡକାମିଙ୍କ ଶବ କୁ ତାଙ୍କଘରକୁ ନେଇଯାଇଥିଲେ । ଏମିତି ଦୁଃଖଦ ଘଟଣା ଦେଖିବାକୁ ମାଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଟାଙ୍ଗିଣିତଙ୍ଗ ଗ୍ରାମରେ, ସେହି ଗ୍ରାମର କସାମାଡକାମି(୨୨)ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଯୁବକ ଗତ ଦୁଇବର୍ଷତଳେ ତାଙ୍କ ବାପାଙ୍କର ରୋଗରେ ପଡି ମୃତ୍ୟୁଘଟିଥିଲା ।ପରିବାର ଚଳାଇବାର ବୋଝ ଉଠାଇଥିଲେ କସା ମାଡକାମି,ଗତ ଦୁଇମାସତଳେ କସା ବିବାହ କରିଥିଲେ,ସେ କୁଲିବୃତି କରି ଯାହା ରୋଜଗାର କରୁଥିଲେ ଘରକୁ ତାଙ୍କର ବୃଦ୍ଧା ମା,ତିନିଭଉଣୀ ,ଗୋଟିଏ ସାନଭାଇ ଓ ନବବିବାହିତା ପତ୍ନୀ କଷ୍ଟରେ ଚଳିଯାଉଥିଲେ । ଗାଁର କିଛି ଯୁବକଙ୍କ ସାଥିରେ କାମକରିବାକୁ ଗତ ଦୁଇ ମାସ ତଳେ ହାଦ୍ରାବାଦ ସହରକୁ ଯାଇଥିଲେ ।କରୋନା ମହାମାରି ପାଇଁ ଲକଡାଉନ ହୋଇଥିବାରୁ ସେଠାରେ ସବୁ କାମ ବନ୍ଦ ହୋଇଯାଇଥିଲା,ଲକଡାଉନ ପାଇଁ କସା ଘରକୁ ଫେରି ନପାରି ସେଠାରେ ଅଟକିରହି ଯାଇଥିଲେ । ଲକଡାଉନ ରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଓଡିଆ ମାନେ ନିଜ ନିଜ ଘରକୁ ଫେରୁଥିବା ଦେଖି କସା ଓ ତାଙ୍କସାଥିରେ ଥିବା ୍‌ଅନ୍ୟତିନିଜଣ ଲକଡାଉନ କୋହଳ ହେବାପରେ ସେମାନେ ମଧ୍ୟ ନିଜ ଘରକୁ ଫେରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଗାଡିଚଳା ଚଳ କରୁନଥିବାରୁ ଗାଡିଭଡା କରି ଆସିବାକୁ ସେମାନଙ୍କ ନିକଟରେ ଅର୍ଥନଥିବାରୁ ହାଇଦ୍ରାବାଦରୁ ଚାଲିବା ଆରମ୍ଭ କରିଦେଇଥିଲେ । ଘରେ ପହଁଚିବା ଆଗରୁ ଭଦ୍ରାଚଳମ ନିକଟରେ କସାଙ୍କ ଜୀବନ ଚାଲିଗଲା,ଟଙ୍କା ରୋଜଗାର କରିବାକୁ ହାଦ୍ରାବାଦ ଯାଇଥିଲେ ଗରିବ ଆଦିବାସୀ ନବବିବାହିତ ଯୁବକ କସା ମାଡକାମି ସେ ଫେରିବା ବଦଳରେ ତାଙ୍କ ଶବ ଘରକୁ ଫେରିଲା । ଏହି ଦୁଃଖଦ ଦୃଶ୍ୟ ଦେଖି କସାଙ୍କ ପରିବାର ଓ ଗ୍ରାମବାସୀ ମର୍ମାହାତ ହୋଇ ପଡିଛନ୍ତି । ଘରରୁ ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ବୃଦ୍ଧା ମା ଙ୍କ ଆଖିରୁ ଲୁହ ଶୁଖୁନାହିଁ,ନବବିବାହିତା କସାଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ମୃତ୍ୟୁଶରୀର ଦେଖି ବେହୋସ ହୋଇପଡିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ କସାଙ୍କ ଶବସଂସ୍କାର ହୋଇଛି । ଘରକୁ କସା ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ମୃତ୍ୟୁପରେ ପରିବାର ଅସହାୟ ହୋଇପଡିଛନ୍ତି,ସରକାରଙ୍କ ପକ୍ଷରୁ ମୃତ କସାଙ୍କ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.