Home ଓଡ଼ିଶା ଲକଡାଉନ ପାଇଁ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଓ ସୁଖିଲା ଖାଦ୍ୟ ବାଟିଂଲେ ବିଧାୟକ

ଲକଡାଉନ ପାଇଁ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଓ ସୁଖିଲା ଖାଦ୍ୟ ବାଟିଂଲେ ବିଧାୟକ

148

ମାଲକାନଗିରି,୧୪ା୫(ଓଡିଆ ପୁଅ) କରୋନା ମହାମାରୀ ସମଗ୍ର ବିଶ୍ୱ କୁ ଗ୍ରାସକରି ଲକଡାଉନ ପାଇଁ ଜିଲ୍ଲାରେ ପ୍ରାୟକାମ ସବୁ ବନ୍ଦ ହୋଇ ଯାଇଥିବାରୁ କୁଲିବୃତି କରିଚଳୁଥିବା ଦିନ ମଜୂରୀୟା ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଦିନମଜୂରୀୟା ଓ ଗରିବ ଲୋକଙ୍କ ଦୁଃଖ ଦେଖି ମାଲକାନଗିରି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି ଆଦିତ୍ୟ ମାଢି ଓ ଭାଜପା କର୍ମୀ ମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଗରିବ ଅସହାୟ ଲୋକଙ୍କୁ ଚାଉଳ,ଡାଲି,ସାବୁନ, ଚୁଡା,ଚିନି,ରାସନ ସାମଗ୍ରୀ ଓ ସୁଖିଲା ଖାଦ୍ୟ ବଟଂନ ଆରମ୍ଭ କରିଛନ୍ତି , ନିଜ ବାସଭନରେ ବିଧାୟକ ଶ୍ରୀ ମାଢି ଓ ଜିଲ୍ଲାବିଧାୟକ ପ୍ରତିନିଧି ନବଘନ ଲୋକେଇ ଏହି ସାମଗ୍ରୀ ଗୁଡିକୁ ଭଲଭାବରେ ଜାଚଂ ସହ ପ୍ୟାକେଟ କରି ସଜେଇ ରଖି କର୍ମୀମାନଙ୍କ ସହିତ ବିଭିନ୍ନ ଗ୍ରାମକୁ ଗସ୍ତ କରି ଲୋକମାନଙ୍କୁ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବାଟିଂବାସହ କ୍ୟାରେଟାଂଇନ ରେ ରହିଥିବା ପ୍ରବାସୀ ଓଡିଆ ମାନଙ୍କ ପରିସ୍ଥିତି ଅନୁଧ୍ୟାନ କରି ସେମାନଙ୍କ ସୁବିଧା ଅସୁବିଧା କଥା ପାଚାରି ବୁଝୁଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.