Home ଓଡ଼ିଶା ଦୁସ୍କର୍ମ ଅଭିଯୋଗ ପିଡିତାଙ୍କ ମୃତ୍ୟୁର କାରଣ ଟେର ପାଉନାହିଁ ପୁଲିସ, କ୍ରାଇମବ୍ରାଚଂ ତଦନ୍ତ ଦାବିକଲେ ରାଜ୍ୟ...

ଦୁସ୍କର୍ମ ଅଭିଯୋଗ ପିଡିତାଙ୍କ ମୃତ୍ୟୁର କାରଣ ଟେର ପାଉନାହିଁ ପୁଲିସ, କ୍ରାଇମବ୍ରାଚଂ ତଦନ୍ତ ଦାବିକଲେ ରାଜ୍ୟ ମହିଳା ଅଧିକାର ଅଭିଯାନ

233

ମାଲକାନଗିରି,୧୪ା୫ (ଓଡିଆ ପୁଅ ) ମାଲକାନଗିରି ପୁଲିସ କ୍ୟାଟିଂନରେ କାମକରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କୁ କ୍ଷତାକ୍ତ ଓ ଅଚେତ ଅବସ୍ଥାରେ ଉଦ୍ଧାର କରା ଯାଇ ହସପିଟାଲ ନେବାପରେ ମୃତ୍ୟୁ ସହିତ ସଂଘର୍ଷ କରି ଶେଷରେ ଆଖିବୁଜିଦେଇ ଥିଲେ ସେହି ମହିଳା । ମହିଳାଙ୍କୁ ଦୁସ୍କର୍ମ ପରେ ଦୁବ ର୍ୁତ ମାନେ ମାରିଦେବାକୁ ଉଦ୍ୟମ କରାଯାଇଥିବାର ମହିଳାଙ୍କ ସ୍ୱାମୀ ମାଲକାନଗିରି ଥାନାରେ ଏତଲା ଦେବାପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ପିଡିତାଙ୍କ ମୃତ୍ୟର କାରଣ ଟେର ପାଉନାହାଁନ୍ତି । ଏହି ଘଟମାକୁ ଗୁରୁତର ଭାବେ ଗ୍ରହଣ କରି ରାଜ୍ୟମହିଳା ଅଧିକାର ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କ୍ରାଇମବ୍ରାଚଂ ତଦନ୍ତକରିବା ପାଇଁ ଦାବିକରିଛନ୍ତି । ଗତ ୭ତାରିଖ ଦିନ ମହିଳା ମାଲକାନଗିରି ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା । ଦୀର୍ଘ ୭ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ଡାକ୍ତରି ମାଇନା ରିପୋର୍ଟ ମିଳି ନାହିଁ । ସେହି ମହିଳଙ୍କ ଚେତା ନଫେରିବାରୁ ଉଚତର ଚିକିତ୍ସା ନିମନ୍ତେ କୋରାପୁଟ ହସପିଟାଲ ପରେ ବ୍ରହ୍ମପୁର ହସପିଟାଲକୁ ନିଆ ଯାଉଥିବା ବେଳେ ଗତ୧୧ତାରିଖ ରାତ୍ରରେ ରାୟଗଡା ନିକଟରେ ମୃତ୍ୟୁଘଟିଥିଲା । ଗତ ୧୨ତାରିଖରେ ରାୟଗଡା ହସପିଟାଲରେ ମହିଳାଙ୍କ ଶବକୁ ପୁଲିସ ବ୍ୟବଛେଦ କରି ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଥିଲେ । ମହିଳାଙ୍କ ମୃତ୍ୟୁ ହେବାପରେ ରାଜ୍ୟ ମହିଳା ଅଧିକାର ଅଭିଯାନ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବିକରିଥିଲେ । ଏହାର ଉଚ୍ଚତର ତଦନ୍ତ ନିମନ୍ତେ ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ପୁଲିସ ସ୍କାର୍ଡ ଟିମ ଗଠନ କରାଗଲା, ଏହି ସ୍ୱତନ୍ତ୍ର ସ୍କାର୍ଡ ଟିମରେ ଅତିରିକ୍ତ ଏସପି ଉଦ୍ଧବଚରଣ ନାୟକଙ୍କ ନେତୃତ୍ୱରେ ଜଣେ ଡିଏସପି ତିନିଜଣ ଇନିସପେକ୍ଟର ରହି ତଦନ୍ତ ଆରମ୍ଭ କରିଦେଲେ । ଗତ ୪ଦିନହେଲା ମହିଳାଙ୍କର ମୃତ୍ୟୁଘଟିଥିଲେ ମଧ୍ୟ ପୁଲିସ ମୃତ୍ୟୁର କାରଣ କଣ ହୋଇଥାଇପାରେ ବୋଲି ଏପର୍ଯ୍ୟନ୍ତ ଟେର ପାଇପାରୁନଥିଭାର ଜଣାପଡିଛି । ଡାକ୍ତରୀ ମାଇନା ଓ ପୋଷ୍ଟମର୍ଟମ ରିପୋର୍ଟକୁ ଚାହିଁ ବସିଛି ପୁଲିସ । ଏ ସଂପର୍କରେ ତଦନ୍ତ ଦାଇତ୍ୱରେ ଥିବା ଅତିରିକ୍ତ ଏସପି ଉଦ୍ଧବଚରଣ ନାୟକ ଙ୍କୁ ପଚାରିବାରୁ ପୁଲିସ ପକ୍ଷରୁ ଯୋଜଦାର ତଦନ୍ତ ଚାଲିଛି । ମହିଳା ରହୁଥିବା ଟେକବାଡି ସାହିର ସମସ୍ତ ଲୋକଙ୍କ ବୟାନ ନେବା ସହିତ ସେହି ମହିଳା କେତେ ବେଳେ ଘରୁ ବାହରକୁ ଯାଉଥିଲେ, କତେବେଳେ ଘରକୁ ଫେରୁଥିଲେ, ତାଙ୍କ ଘରକୁ କିଏ ଆସୁଥିଲା ସେ ସଂପର୍କରେ ଟେକବାଡି ସାହିରେ ଲାଗିଥିବା ସିସି କ୍ୟାମେରାର ଭିଡିଓ ଫୁଟେଜ ଜାଚଂ କରାଯାଉଛି । ପୁଲିସ ର ତଦନ୍ତରେ କିଛି ଅବହେଳା ହେଉ ନାହିଁ ଖୁବଶିଘ୍ର ଏହାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଶ୍ରୀ ନାୟକ କହିଛନ୍ତି । ଅପର ପକ୍ଷରେ ଏହି ଘଟଣାକୁ ଗୁରତର ଭାବେ ନେଇଛନ୍ତି ରାଜ୍ୟ ମହିଳା ଅଧିକାର ଅଭିଯାନ । ପୁଲିସ କ୍ୟାଟିଂନରେ କାମକରୁଥିବା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁର କ୍ରାଇମବ୍ରାଚଂ ତଦନ୍ତ ଦାବିକରି ତାଙ୍କ ପରିବାରଙ୍କୁ ମଧ୍ୟବର୍ତୀକାଳୀନ ଆର୍ଥିକ ସହାୟତା ଦେବାସହିତ ଚିକିତ୍ସା ଜନିତ ଅବହେଳା ପାଇଁ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ରାଜ୍ୟ ମହିଳା ଅଧିକାର ଅଭିଯାନର ଉପାଧ୍ୟକ୍ଷା ଡଃ ରିନା ରାଉତରାୟ,ଆବାହକ ମନୋଜ ଜେନା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.