Home ଓଡ଼ିଶା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

176

ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକଟ କରିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତିଯେ, “ଶତାୟୁ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱର୍ଗବାସ ଖବର ଶୁଣି ମୁଁ ମର୍ମାହତ। ଖୁବ କମ ବୟସରୁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଭାବନୀ ବାବୁ।

ତିନି ତିନି ଥର ରାଜ୍ୟସଭା ସାଂସଦ ଥିବା ଭବାନୀ ବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ। ତାଙ୍କର ମୃତ୍ୟୁରେ ଓଡିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.