Home ଜିଲ୍ଲା ପରିକ୍ରମା ରୋଭର୍ସ କ୍ଲବରେ କାଶିମ ଖାନଙ୍କୁ ଶ୍ରଦ୍ଧାଞ୍ଜଳି

ରୋଭର୍ସ କ୍ଲବରେ କାଶିମ ଖାନଙ୍କୁ ଶ୍ରଦ୍ଧାଞ୍ଜଳି

13

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ରୋଭର୍ସ କ୍ଲବ ଆନୁକୂଲ୍ୟରୁ ସନ୍ଧ୍ୟା ୫ ଘଟିକା ସମୟରେ ବିଶିଷ୍ଟ କ୍ରୀଡ଼ାବିତ, ସମାଜସେବୀ, ଭାଇଚାରାର ରକ୍ଷକ, ଓ କ୍ଲବର ସଭାପତି ହାଜୀ ଅବୁଲ କାଶିମ ଖାନଙ୍କ ଶ୍ରଦ୍ଧାଞ୍ଜଳି ସଭା ପୁରୁଣା ବଜ଼ାର ନାଗରିକ ସଙ୍ଘର ସକ୍ରିୟ ସଭ୍ୟ ତଥା ସମାଜସେବୀ ସୁଧାକର ରାଉତଙ୍କ ସଭାପତିତ୍ୱରେ ଓ କ୍ଲବର ସମ୍ପାଦକ ହରିହର ନନ୍ଦୀଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ଏବଂ ଉକ୍ତ ସଭାକୁ ବିଶିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହର ସଂଯୋଜନା କରିଥିଲେ ଓ ପ୍ରଥମେ ସ୍ୱର୍ଗତ କାଶିମଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ସ୍ୱର୍ଗତ କାଶିମ ଜୀବନ କାଳରେ ଜଣେ ସୁନାମଧନ୍ୟ ଫୁଟବଲ ଖେଳାଳୀ ଭାବେ ପରିଚିତ ଥିଲେ , ଫୁଟବଲ ଖେଳରେ ରେଫେରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି , ଶିକ୍ଷା ଉପରେ ବେଶୀ ଗୁରୁତ୍ୱ ଦେଇ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହୁଥିଲେ, ଭାଇଚାରାର ସମେତ ସାମ୍ପ୍ରଦାୟିକ ସଦଭାବନାର ରକ୍ଷକ ରହି ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହୋଇ ହଠାତ ଆମ ଗହଣରୁ ବିଦାୟ ନେଇଗଲେ । ଏହି ସଭାରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୌରପାଳିକା ଅଧକ୍ଷା ଗୁଲମକ୍କୀ ଦଲୱାଜି ହବିବ , ଫେଲୋସିପ ସମ୍ପାଦକ ଏସ.ଏମ ଫାରୁକ , ଯୁବ ନେତା ରାଜେନ୍ଦ୍ର ଜେନା, ଇଂ ମନାୱାର ହୋସେନ, ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ବରିଷ୍ଠ ନାଗରିକ ସଙ୍ଘର ସଭାପତି ହାଜୀ ହକିମୁଦ୍ଦିନ, ଆଇନଜୀବୀ ସହିଲ ଅହେମଦ, ପୂର୍ବତନ ପରିଷଦ ବସୁମିତ୍ରା ସାହୁ, ଅବଦୁଲ ଦୟାନ ଜିଆ, ମହେଜବୀନ ଅଖତର, ଶେଖ ନଜିମୁଦ୍ଦିନ, ବିଜୟ ଘଡେଇ,ହାଜୀ ଅନୱର ହୋସେନ, ହାଜୀ ଫଖରେ ଆଲାମ, ହାଜୀ ଅବରାର ହୋସେନ, ଲଷ୍ମୀକାନ୍ତ ବାରିକ, ସବବୀର ଅଲ୍ଲୀ, ସୈୟଦ ନାସର ଅଲି, ଡାକ୍ତର ମୁରଶିଦ ଖାନ, ଶେଖ ନାସିରୁଦ୍ଦିନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ମହେବୁବ ଖାନ, ମିର୍ଜା ଇଜ଼ାଜ଼ ବେଗ,ଫାରୁକ ଖାନ, ମୀର ନାଶିର ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.