Home ଜିଲ୍ଲା ପରିକ୍ରମା ରେଳ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ରେଳ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

198

କଣ୍ଟାବାଞ୍ଜି, ୦୬-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ରେଳ ଲାଇନ ରେ କଟି ଶୋଚନୀୟ ମୃତ୍ୟୁ ବରଣ କରିଥିବା ବେଳେ ପରିବାର ଲୋକେ ହତ୍ୟା କରାଯାଇଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ମୁରିବାହାଲ ଥାନା ଅନ୍ତର୍ଗତ ମାଲେସିରା ଗ୍ରାମର ଗୁଞ୍ଜନ ମହାନନ୍ଦ (୨୦)ନାମକ ଜଣେ ଯୁବକ ଗ୍ରାମରେ ସକାଳୁ ମଦ୍ୟପାନ କରି ଗ୍ରାମରେ ପାଟିତୁଣ୍ଡ କରିବା ସହ କିଛି ଲୋକଙ୍କ ସହ ହାତା, ହାତୀ ହୋଇଥିଲେ। ଏପରିକି ଏ ନେଇ ମୁରିବାହାଲ ଥାନାରେ ଗ୍ରାମର ବଂଶୀଧର ସୁନା ଲିଖିତ ଅଭିଯୋଗ କରିଥିଲେ। ହେଲେ ମୃତ ଗୁଞ୍ଜନ ସେ ନିଜେ ଧରିଥିବା ତାଙ୍କ ବାଇକ ସହ ଚାଲି ଯାଇଥିଲେ। ପରେ ମୁରିବାହାଲ ରେଳ ଷ୍ଟେସନ ଦେଇ ଯାଇଥିବା ରେଳ ଲାଇନରେ ତାଙ୍କ ଖଣ୍ଡ, ବିଖଣ୍ଡିତ ଶବ ପଡିଥିବା ପରିବାର ଲୋକେ ଖବର ପାଇ ଥିଲେ। ଏ ନେଇ ଟିଟିଲାଗଡ଼ ରେଳ ବାଇ ପୋଲିସ ସୂଚନା ପାଇ ଘଟଣା ସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠେଇ ଥିଲେ ଓ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏ ନେଇ ଟିଟିଲାଗଡ଼ ଜି ଆର ପି ବା ରେଳ ବାଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.