Home ଅପରାଧ ମଦ୍ୟପ ସ୍ୱାମୀ ନିଜର ୯ ମାସର ଗର୍ଭବତୀ ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କଲା

ମଦ୍ୟପ ସ୍ୱାମୀ ନିଜର ୯ ମାସର ଗର୍ଭବତୀ ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କଲା

233

ବଲାଙ୍ଗୀର, ୬-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରରେ ମଦ୍ୟପ ସ୍ବାମୀର ବର୍ବରକାଣ୍ଡ ୯ ମାସର ଗର୍ଭବତୀ ସ୍ତ୍ରୀକୁ ଅମାନବୀୟ ଭାବେ ଗଳା ଚିପି ହତ୍ୟା କରିବା ପରି ଘଟଣା ଆଲୋଡନ ସୃଷ୍ଟି ହୋଇଛି।

ବଲାଙ୍ଗୀର ସହର ରାଧାରାଣୀପଡ଼ାରେ ଏପରି ଏକ ବର୍ବରକାଣ୍ଡ ଘଟିଛି। ନିଜର ୯ ମାସ ର ଗର୍ଭବତୀ ସ୍ତ୍ରୀ କୁ ଅମାନବୀୟ ଭାବେ ଗଳା ଚିପି ହତ୍ୟା କରିଛି ମଦ୍ୟପ ସ୍ବାମୀ, ମୃତକ ହେଲେ ଆନନ୍ଦିନୀ ବାରିକ।

ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ମୋତିଲାଲ ବାରିକ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ତେବେ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସମ୍ପର୍କରେ ଆଜି ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ମୋତିଲାଲ ପ୍ରତିଦିନ ରାତିରେ ମଦ ପିଇ ଘରେ ମାରପିଟ କରୁଥିଲା। ତେବେ ଗତ କାଲି ବିଳମ୍ବିତ ରାତିରେ ମଧ୍ୟ ମଦ ପିଇ ମୋତିଲାଲ ଘର ସମ୍ମୁଖରେ ଆନନ୍ଦିନୀକୁ ପ୍ରବଳ ମାଡ ମାରିଥିଲା। ପରେ ଘର ଭିତରକୁ ନେଇ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଜଣାପଡିଛି। ଏନେଇ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ମହିଳାଙ୍କ ସଂପର୍କୀୟ ଦାବି କରିଛନ୍ତି। ବଲାଙ୍ଗିର ସଦର ଏସଡିପିଓ ଏବଂ ଟାଉନଥାନା ଅଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.