Home ଓଡ଼ିଶା ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

1011

ନୂଆଦିଲ୍ଲୀ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି । ପୂଜା ଭେଟି ସ୍ୱରୁପ ଦେଶର ଲକ୍ଷ ଲକ୍ଷ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ମିଳିବ ବୋଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଏହାକୁ ସେମାନଙ୍କ ପାଇଁ ଏହା ପୂଜାଭେଟି ଘୋଷଣା କରିଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା ଦ୍ୱାରା ଦେଶର ପ୍ରାୟ ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ । ମାତ୍ର ଏହି ବୋନସ ଯୋଗୁଁ ସରକାରୀ ରାଜକୋଷ ଉପରେ ୨୦୨୪ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡିବ । କ୍ରମାଗତ ୬ଷ୍ଠ ବର୍ଷ ପାଇଁ କେନ୍ଦ୍ର ସରକାର ରେଳ କର୍ମଚାରୀମାନଙ୍କ ପାଇଁ ଉତ୍ପାଦକତା ସଂପର୍କିତ ବୋନସ ଘୋଷଣା କରିଛନ୍ତି ବୋଲି ଜାବଡେକର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.