Home ଜିଲ୍ଲା ପରିକ୍ରମା ରେଲୱେ କଲୋନି ସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା

ରେଲୱେ କଲୋନି ସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା

35

ବାଲେଶ୍ୱର, ୨୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ରେଲୱେ କଲୋନି ନୋଡାଲ ୟୁପି ସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସିଆରସିସି ସଙ୍ଗୀତା ରଥ ଓ ପୂର୍ବତନ କାଉନସିଲର ଚିତ୍ତରଂଜନ ପଣ୍ଡା ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମାନବୀୟ ଜୀବନଧାରାରେ ଅବସର ଓ ଅବକାଶର ଗୁରୁତ୍ୱ ତଥା ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତ୍ୟେକ ଶୁଭାରମ୍ଭର ଗୋଟିଏ ପରିସମାପ୍ତି ରହିବା ଭଳି ଧାର୍ଯ୍ୟ ସମୟ ମଧ୍ୟରେ ନିଷ୍ଠାପୂର୍ଣ୍ଣ କର୍ତ୍ତବ୍ୟ ପାଳନ ହିଁ ଆମ୍ଭକୁ ସର୍ବଦା ସ୍ମରଣୀୟ ରଖିଥାଏ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନସୂୟା ପଣ୍ଡା ଓ ସଦର ବ୍ଲକର ସହକାରୀ ଶିକ୍ଷାଧିକାରିଣୀ ତଥା ରେଲୱେ କଲୋନି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିଲତା ଦାସଙ୍କ ଅବସର ଗ୍ରହଣ ଆମ୍ଭ ସମସ୍ତଙ୍କ ପାଇଁ ହୋଇପାରେ ଦୁଃଖଦ ଘଟଣା। ମାତ୍ର ସମୟର ନିର୍ଦ୍ଦେଶ ଓ ନିୟମ ପାଳନ ପୂର୍ବକ ଆମ୍ଭେ ସମସ୍ତେ ତାଙ୍କର ଆଗାମୀ ନିରାମୟ ଜୀବନ କାମନା କରିବା ଉଚିତ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଦୁଇଜଣଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଅବସରରେ ଶିକ୍ଷୟିତ୍ରୀ ଶ୍ରୀମତୀ ପଣ୍ଡା ଓ ଏବିଇଓ ଶ୍ରୀମତୀ ଦାସ ସନ୍ତୋଷ ପ୍ରକାଶ ସହ ଚାକିରୀ କାଳ ମଧ୍ୟରେ ନିଜ ନିଜର ଅନୁଭୁତି, ସହଯୋଗୀ କର୍ମଚାରୀଙ୍କ ଉତ୍ତମ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ। ଆରତୀ ଦାସ, ସ୍ନେହଲତା ରଥ, ଅନିମା ମିଶ୍ର, ଅସ୍ମିତା ସାହୁ, ନିଲିୟମ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ରହି ବିଦାୟୀ ଶିକ୍ଷୟିତ୍ରୀ ଓ ଏବିଇଓଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ। ଶିକ୍ଷୟିତ୍ରୀ ସୁରମା ନନ୍ଦ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୀତାଞ୍ଜଳି ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ରଖିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ନୂତନ ପୋଷାକ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଅଭିଭାବକଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.