Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ବଡି ବିଲ୍ଡିଂ ଚମ୍ପିଆନସିପ-ଶେଖ ଏହେଶାନ‘ମିଷ୍ଟର ବାଲେଶ୍ୱର’ମନୋନୀତ

ଜିଲାସ୍ତରୀୟ ବଡି ବିଲ୍ଡିଂ ଚମ୍ପିଆନସିପ-ଶେଖ ଏହେଶାନ‘ମିଷ୍ଟର ବାଲେଶ୍ୱର’ମନୋନୀତ

29

ବାଲେଶ୍ୱର, ୨୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲା ବିଡି ବିଲ୍ଡର୍ସ ଆସୋସିଏସନ ଓ ‘ବାଇକନ୍ସ ଜିମ’ର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ବଡି ବିଲଡିଂ ଚମ୍ପିଆନସିପ’ ତଥା ‘ମିଷ୍ଟର ବାଲେଶ୍ୱର-୨୦୨୧’ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, ବାଲେଶ୍ୱର ବଡି ବିଲ୍ଡର୍ସ ଆସୋସିଏନସର ସମ୍ପାଦକ ତରୁଣ ଚାଟାର୍ଜୀ, ଯୁବନେତା ବିକ୍ରମ ପଣ୍ଡା, ମନୋଜ ଦାସ, ଉମାକାନ୍ତ ବେହେରା, ସଲିମ ରାଜା, ବିକ୍ରମ କେଶରୀ ଦାସ ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବାଇକନ୍ସ ଜିମର ମୁଖ୍ୟ ଅଭଷେକ ଦାସ ଏଥିରେ ସଭାପତିତ୍ୱ କରିବା ସହ ପ୍ରତିଯୋଗିତାର ଆଭିମୁଖ୍ୟ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ରତିଯୋଗିତାର ୫ ବର୍ଗରେ ଜିଲାର ବିଭିନ୍ନ ଅଂଚଳରୁ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସର୍ବପ୍ରଥମେ ସମସ୍ତ ପ୍ରତିଯୋଗୀଙ୍କ ଓଜନ ଯାଞ୍ଚ ପରେ ମେନ୍ସ ବେଷ୍ଟ ଫିଜିକ ସେକ୍ସନ ଓ ଶେଷରେ ବଡି ବିଲଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ବିଡି ବିଲ୍ଡର୍ସ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ସିନିୟର ବିଭାଗ ମିଷ୍ଟର ଓଡିଶା ପାଇଁ ବାଲେଶ୍ୱରର ଶ୍ରେଷ୍ଠ ପ୍ରତିଯୋଗୀ ଟିମ ଚୟନ କରାଯାଇଥିଲା। ଏହି ଟିମ ଚୟନ ପରେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତେିଯାଗୀ ଶେଖ ଏହେଶାନଙ୍କୁ ‘ମିଷ୍ଟର ବାଲେଶ୍ୱର’ ଭାବେ ବିଜୟୀ ଘୋଷଣା କରାଯାଇଥିଲା। ଏଥି ସହିତ ୫ବର୍ଗର ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ ସହ ପୁରସ୍କୃତ କରାଯାଇଥିଲା। ଏଥିରେ ୫୫ କେଜି ବର୍ଗରେ ସଞ୍ଜୀବ ବେହେରା, ୬୦ କେଜି ବର୍ଗରେ ସଞ୍ଜୀବ ନାୟକ, ୬୫ କେଜି ବର୍ଗରେ ଶେଖ ଏହେଶାନ, ୭୦ କେଜି ବର୍ଗରେ କମଳାକାନ୍ତ ବେହେରା, ୭୫ କେଜି ବର୍ଗରେ ଜିତେନ ବାରିକ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ ସହ ରାଜ୍ୟସ୍ତରୀୟ ‘ମିଷ୍ଟର ଓଡିଶା’ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଅତିଥିମାନେ ସମସ୍ତ ପ୍ରତିଯୋଗୀ ଓ ବିଜୟୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.