Home ଜିଲ୍ଲା ପରିକ୍ରମା ସମାଜସେବୀ ତୁଳସୀ ରଂଜନ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ସମାଜସେବୀ ତୁଳସୀ ରଂଜନ ମିଶ୍ରଙ୍କୁ ସମ୍ବର୍ଦ୍ଧନା

27

ବାଲେଶ୍ୱର, ୨୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ସମାଜସେବୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତୁଳସୀ ରଂଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଲାବଣ୍ୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ. ଶରତ ଚନ୍ଦ୍ର ମିଶ୍ର, ଅଧ୍ୟାପକ ଅରୁଣ କୁମାର ଦାସ, ସନ୍ତୋଷ କୁମାର ସାହୁ, ଅଶ୍ରୁତି ରଣା, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟାପକ କମଳାକାନ୍ତ ଦାଶ, ପ୍ରାକ୍ତନ ଅଧ୍ୟକ୍ଷ ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ବ୍ୟାଙ୍କ ଅଧିକାରୀ ପଦରୁ ଅବସର ନେବା ପରେ ବି ସେ ସମାଜସେବାରୁ ନିବୃତ ହୋଇନାହାନ୍ତି ବୋଲି ବକ୍ତାମାନେ କହିଥିଲେ। ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ମାନବବାଦ ପ୍ରଚାର ଭିତ୍ତିକ ତାଙ୍କର ଏହି ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ଏହି ସମ୍ବର୍ଦ୍ଧନା ଉତ୍ସବରେ ସାମୂହିକ ଭାବେ ମତ ପ୍ରକାଶ ପାଇଥିଲା। ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ମିଶ୍ର ସନ୍ତୋଷ ପ୍ରକାଶ ସହ ମାନବ ଜୀବନର ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷା ସହିତ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ପାଠଗାର ପାଇଁ ଶ୍ରୀ ମିଶ୍ର ଏହି ଅବସରରେ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡ. ନିରଂଜନ ଦାଶ ଏହି ସମ୍ବର୍ଦ୍ଧନା ଉତ୍ସବରେ ବେଦପାଠ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.