Home ଓଡ଼ିଶା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ପକ୍ଷରୁ ୯,...

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ପକ୍ଷରୁ ୯, ୫୫୫ କୋଟି ଟଙ୍କାର ପୁଞ୍ଜିନିବେଶ

37

– ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡର ୨.୦୪% ଇକ୍ୱିଟି ଅଂଶଧନ ହାସଲ କରିବା ଲାଗି ସାଉଦି ଆରବର ପିଆଇଏଫ୍ ପକ୍ଷରୁ ବୁଝାମଣା ସ୍ୱାକ୍ଷରିତ
– ଆର୍‌ଆର୍‌ଭିଏଲ୍ ଏହାର ସହଯୋଗୀ ସଂସ୍ଥା ଜରିଆରେ ଭାରତର ପ୍ରତ୍ୟକ୍ଷ ଖୁଚୁରା ବଜାରରେ ଅଗ୍ରଣୀ ରହିଛି ଏବଂ ଭାରତୀୟ ରିଟେଲ ବଜାରକୁ ଏହାର ନୂଆ ବାଣିଜ୍ୟ ରଣନୀତି ଜରିଆରେ ସମନ୍ୱିତ କରି ଏହା ସାରା ଭାରତର ଖୁଚୁରା ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣୁଛି

ଭୁବନେଶ୍ୱର ୫-୧୧ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨-୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ୯, ୫୫୫ କୋଟି ଟଙ୍କାର (ପ୍ରାୟ ୧.୩ ବିଲିଅନ ଡଲାର) ପୁଞ୍ଜିନିବେଶ କରିବ। ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୫୮୭ ଲକ୍ଷ କୋଟି ଟଙ୍କା (ପ୍ରାୟ ୬୨.୪ ବିଲିଅନ ଡଲାର) ଆକଳନ କରି ଏହି ନିବେଶ କରାଯାଇଛି। ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ ସେବା ପ୍ରଦାନକାରୀ ସହଯୋଗୀ ସଂସ୍ଥା ଜିଓ ପ୍ଲାଟର୍ମର୍ସ୍‌ର ୨.୩୨ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଏବେ ପିଆଇଏଫ୍ ପକ୍ଷରୁ ଆର୍‌ଆର୍‌ଭିଏଲ୍‌ରେ ପୁଞ୍ଜିନିବେଶ କରାଯାଇଛି।

ଦୀର୍ଘମିଆଦୀ ବାଣିଜ୍ୟିକ ରିଟର୍ଣ୍ଣ ପ୍ରଦାନ କରୁଥିବା ଅଭିନବ ଓ ପରିବର୍ତ୍ତନଶୀଳ ବ୍ୟବସାୟରେ ନିବେଶ କରିବା ଲାଗି ପିଆଇଏଫ୍‌ର ରହିଥିବା ରଣନୀତି ଓ ସିଦ୍ଧାନ୍ତ ଅନୁସାରେ ଏହି ପୁଞ୍ଜିନିବେଶ କରାଯାଇଛି। ଭାରତର ରିଟେଲ୍ କ୍ଷେତ୍ର ହେଉଛି ବିଶ୍ୱର ଅନ୍ୟତମ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହାର ଅବଦାନ ୧୦ ପ୍ରତିଶତରୁ ଅଧିକ ରହିଛି।

ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ରିଲାଏନ୍ସରେ ଆମର ସାଉଦି ଆରବ ସାମ୍ରାଜ୍ୟ ସହିତ ଦୀର୍ଘ ଅବଧିର ସୁସମ୍ପର୍କ ରହିଛି। ସାଉଦି ଆରବ ସାମ୍ରାଜ୍ୟର ଅର୍ଥନୈତିକ ପୁନର୍ବିନ୍ୟାସ କ୍ଷେତ୍ରରେ ପିଆଇଏଫ୍ ଅଗ୍ରଦୂତ ସାଜିଛି। ରିଲାଏନ୍ସ ରିଟେଲ୍‌ରେ ପିଆଇଏଫ୍‌କୁ ଏକ ମୂଲ୍ୟବାନ ସହାଯୋଗୀ ଭାବେ ମୁଁ ସ୍ୱାଗତ କରୁଛି। ଆମେ ଭାରତର ଖୁଚୁରା କ୍ଷେତ୍ରରେ ପରିବର୍ତ୍ତନ ଆଣି ୧୩୦ କୋଟି ଭାରତୀୟ ଓ ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନକୁ ସମୃଦ୍ଧ କରିବା ଭଳି ମହତ୍ୱକାଂକ୍ଷୀ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଏହାର ନିରନ୍ତର ସହାୟତା ଏବଂ ମାର୍ଗଦର୍ଶନ ଆଶା ରଖିଛୁ।’’

ପିଆଇଏଫ୍‌ର ଗଭର୍ଣ୍ଣର ମହାମାନ୍ୟ ମାନ୍ୟବର ୟାସିର ଅଲ୍‌-ରୁମାୟନ କହିଛନ୍ତି ଯେ, “ଭାରତରେ ଏକାଧିକ ଆକର୍ଷଣୀୟ ଓ ଉତ୍ସାହଜନକ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଆମର ବିଶ୍ୱାସପୂର୍ଣ୍ଣ ସହଯୋଗିତାକୁ ଆହୁରି ସୁଦୃଢ଼ କରିଥିବାରୁ ଆମେ ଅତ୍ୟନ୍ତ ଖୁସି। ସାରା ବିଶ୍ୱର ଅଭିନବ

ବ୍ୟବସାୟ ସହିତ ଦୀର୍ଘମିଆଦୀ ସହଯୋଗିତା ଏବଂ ନିବେଶ ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ନିବେଶ ପ୍ରତିଫଳିତ କରୁଛି, ଯାହା ସେହି କ୍ଷେତ୍ରର ଅଗ୍ରଣୀ ହେବା ସହିତ ପରିବର୍ତ୍ତନର ପଥ ସୁଗମ କରୁଛି। ସାଉଦି ଆରବର ଲୋକମାନଙ୍କ ପାଇଁ ଲାଭ ସୃଷ୍ଟି କରିବା ଏବଂ ସାଉଦି ଆରବରେ ଅର୍ଥନୈତିକ ବିବିଧତା ଆଣିବା ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ପରିଦର୍ଶିତ କରୁଛି।”

ରିଟେଲ୍ କ୍ଷେତ୍ରରେ ଭାରତର ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଲାଏନ୍ସ ରିଟେଲ୍ ଲିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା, ଯାହାର ସାରା ଭାରତରେ ୧୨, ୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ରିଲାଏନ୍ସ ରିଟେଲ୍‌ର ଲକ୍ଷ୍ୟ ହେଉଛି ନୂଆ ବାଣଜ୍ୟ ରଣନୀତି ଜରିଆରେ ଭାରତୀୟ ଖୁଚୁରା କ୍ଷେତ୍ରର ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରି ଭାରତୀୟ ସମାଜକୁ ଲାଭ ପହଂଚାଇବା ଏବଂ ନିୟୁତାଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏମ୍‌ଏସ୍‌ଏମ୍‌ଇ) ଗୁଡିକୁ ସଶକ୍ତ କରିବା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.