Home ଓଡ଼ିଶା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର  ରଣପୁର ତହସିଲ ଆଗରେ ବିକ୍ଷୋଭ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର  ରଣପୁର ତହସିଲ ଆଗରେ ବିକ୍ଷୋଭ

56

ନୟାଗଡ/୦୫/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ମଜଦୁର କଂଗ୍ରେସ ତରଫରୁ ସାରା ରାଜ୍ୟରେ ତିନିଦିନ ବ୍ୟାପି ବିକ୍ଷୋଭ ଡାକରା ଦିଆଯାଇଥିଲା  । ଜିଲ୍ଲା ମଜଦୁର କଂଗ୍ରେସ ର ସଭାପତି ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଦିନ ବିକ୍ଷୋଭ କରିବାପରେ ତୃତୀୟ ଦିନରେ ରଣପୁର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିବା ଜଣାପଡିଛି । ରଣପୁର ତହସିଲଦାର ଙ୍କ ମାଧ୍ୟମରେ ୨୨ ଦଫା ସମ୍ବଳିତ ଦାବି ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଛି ।

ଚଳିତ କୋଭିଡ୍ -୧୯ ସମୟରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରାଯିବା କୁ ବାତିଲ୍ କରିବା , ଶ୍ରମ ଆଇନ୍ ପରିବର୍ତ୍ତନକୁ ବାତିଲ୍ କରିବା , ରେଲୱେ ,କୋଲ,ବ୍ୟାଙ୍କ ଓ ପ୍ରତିରକ୍ଷା ଶିଲ୍ପ ଘରୋଇ କରଣ ବନ୍ଦ କରିବା , ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ କୃଷି ଆଇନ୍ କୁ ବାତିଲ୍ କରିବା ଭଳି ୨୨ଗୋଟି ଦାବି ରହିଅଛି । ଏହି ବିକ୍ଷୋଭ ରେ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ମିର୍ ଅବୁବକର୍ ସିଦ୍ଧିକ ରଣପୁର ବାର୍ ଆସୋସିଏସନ୍ ସମ୍ପାଦକ ତଥା ପୁର୍ବତନ କାଉନସିଲର ସତ୍ୟରଞ୍ଜନ ମତା , ଧୃବ ଚରଣ ପରିଡା , ଶତୃଘ୍ନ ପାଇକରାୟ , ବାଳକୃଷ୍ଣ ଷଢଙ୍ଗି , ପ୍ରଭାତ ମହାନ୍ତି ,ସୁର୍ଦଶନ ପ୍ରଧାନ ,ଗଙ୍ଗାଧର ନାୟକ ଓ ଶେଖ୍ ଲିଆକତ ଅଲ୍ଲୀ ପ୍ରମୁଖ ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.