Home ଜିଲ୍ଲା ପରିକ୍ରମା ରାସ୍ତା ଉପରେ ଜମୁଛି ପାଣି, ଡ୍ରେନ୍ ମୁକୁଳା, ନିର୍ମାଣ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ,ଡ୍ରେନେଜ୍ ବ୍ୟବସ୍ଥାର...

ରାସ୍ତା ଉପରେ ଜମୁଛି ପାଣି, ଡ୍ରେନ୍ ମୁକୁଳା, ନିର୍ମାଣ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ,ଡ୍ରେନେଜ୍ ବ୍ୟବସ୍ଥାର ଯୋଜନା ଓ ଅନୁମୋଦନକୁ ନେଇ ଅସନ୍ତୋଷ, ତୁରନ୍ତ ଯାଂଚ ଦାବି

4

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ଆଖଣ୍ଡଳମଣୀ ରାସ୍ତା ଉପରେ ବର୍ଷା ଜଳ ଜମା ହେଉଥିବା ବେଳେ ପାଖରେ ଥିବା ଡ୍ରେନ୍ ମୁକୁଳା ପଡ଼ିଛି। ଏଭଳି ସ୍ଥିତିକୁ ନେଇ ରାସ୍ତା ନିର୍ମାଣ କାର୍ଯ୍ୟ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଯୋଜନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ସମ୍ପୃକ୍ତ ଠିକାଦାରଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ଉପରେ ପାଣି ଜମି ରହିବା ଫଳରେ ସାଧାରଣ ଲୋକ, ଦୁଇଚକିଆ ଯାନ ଚାଳକ ଓ ଅନ୍ୟ ଯାତ୍ରୀମାନେ ଦୁର୍ଘଟଣାର ଆଶଙ୍କାରେ ରହୁଛନ୍ତି। ଅନ୍ୟପଟେ ଡ୍ରେନ୍ ଥାଇ ମଧ୍ୟ ପାଣି ନିଷ୍କାସନ ହେଉନଥିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣବତା ଓ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏହି ଡ୍ରେନେଜ୍ ବ୍ୟବସ୍ଥାର ଡିଜାଇନ୍ କିଏ ପ୍ରସ୍ତୁତ କରିଥିଲେ। ଯୋଜନାକୁ କିଏ ଅନୁମୋଦନ ଦେଇଥିଲେ। ଉପଯୁକ୍ତ ଜଳ ନିଷ୍କାସନ ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ ନକରି କିପରି ଏନ୍‌ଓସି ଦିଆଗଲା। ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଛି। ଜନସାଧାରଣଙ୍କ ଟିକସ ଅର୍ଥରେ ରାସ୍ତା ଓ ଡ୍ରେନ୍ ଭଳି ଭିତିଭୂମି ନିର୍ମାଣ ହେଉଥିବାରୁ ଏହାର ଉଦ୍ଦେଶ୍ୟ କେବଳ ନିର୍ମାଣ କାର୍ଯ୍ୟ ଶେଷ କରିବା ନୁହେଁ, ବରଂ ସୁରକ୍ଷିତ ଯାତାୟାତ ଓ ଉପଯୁକ୍ତ ଜଳ ନିଷ୍କାସନ ସୁନିଶ୍ଚିତ କରିବା। ତେଣୁ ଏହି ଅବ୍ୟବସ୍ଥା ପାଇଁ କେଉଁ ଅଧିକାରୀ କିମ୍ବା ସଂସ୍ଥା ଦାୟୀ, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଏନ୍‌ଏଚ୍‌ଏଆଇ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଓ ଡ୍ରେନେଜ୍ ବ୍ୟବସ୍ଥାର ଯାଂଚ କରିବା ସହ ତ୍ରୁଟି ଥିଲେ ତାହାର ସଂଶୋଧନ କରନ୍ତୁ ବୋଲି ଦାବି ଉଠିଛି। ଜନସାଧାରଣଙ୍କ ପ୍ରଶ୍ନ ରାସ୍ତା ଉପରେ ପାଣି ଜମିଲେ ଦାୟିତ୍ୱ କାହାର ଦୁର୍ଘଟଣା ଘଟିବା ପରେ ନୁହେଁ, ତା’ ପୂର୍ବରୁ ପ୍ରଶାସନ ଓ ସମ୍ପୃକ୍ତ କର୍ତୃପକ୍ଷ ଜାଗ୍ରତ ହେବେ କି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.