Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ୩ ମାସ ମଧ୍ୟରେ ଶେଷ ହେବ ୧୦ଟି ପାର୍କ ଏବଂ ୧୦ଟି ମଡେଲ...

ଧାମନଗର ବ୍ଲକରେ ୩ ମାସ ମଧ୍ୟରେ ଶେଷ ହେବ ୧୦ଟି ପାର୍କ ଏବଂ ୧୦ଟି ମଡେଲ ପୋଖରୀ

40

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରମ।।ଞ୍ଚଳର ବିକାଶ ଓ ଉନ୍ନତୀ କରଣ ପାଇଁ ଆସୁଥିବା ଅର୍ଥ କିପରି ସଦ୍‌ବିନିଯୋଗ ହୋଇପାରିବ ଏବଂ ସରକାରଙ୍କ ଦ୍ୱାରା ପ୍ରଣିତ ହୋଇଥିବା ସମସ୍ତ ଯୋଜନା କିପରି ଗ୍ରାମାଂଚଳରେ କାର୍ଯ୍ୟକାରୀ କରାଯାଇ ଲୋକେ ଏହାର ସଫଳତା ପାଇ ପାରିବେ ସେ ସର୍ମ୍ପକରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଧାମନଗର ପଂଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ବିଡିଓ ଦୁର୍ଗାଚରଣ ମୁର୍ମୁ, ଏବିଡିଓ ସର୍ମିଷ୍ଟା ମଲ୍ଲିକ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ଏପିଓ ପିୟୁସ ରଂଜନ ରାଉତ ସମେତ ବିଭିନ୍ନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ସରପଂଚ ପ୍ରମୂଖ ମାନେ ଯୋଗଦେଇଥିଲେ । ଏଠାରେ ମୁଖ୍ୟତଃ ଗଂଜାମ ଜିଲ୍ଲାର ହୋଇଥିବା ୨୨ଶହଟି ମଡେଲ ଟ୍ୟାଙ୍କ ଓ ୩୫୫ଟି ରୁରାଲ ପାର୍କର ଭିଡିଓକୁ ଏପିଓ ପିୟୁସ ରଂଜନ ରାଉତ ବଡ ପରଦା ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ଯାହାକି ଆମ ଧାମନଗର ବ୍ଲକ ଅଂଚଳରେ ମଡେଲ ପାର୍କ, ରୁରାଲ ପାର୍କ, କେନାଲ କଡ ଓ ନଦୀପଠା ମାନଙ୍କରେ ବନୀକରଣ ବିଭିନ୍ନ ସ୍କୁଲ ପରିସରରେ ଉନ୍ନତିକରଣ ସାଙ୍ଗକୁ ମଡେଲ ପାର୍କ, ମଡେଲ ଟ୍ୟାଙ୍କ କରିବା ପାଇଁ ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ । ଯାହାକି ଆଗାମୀ ତିନି ମାସ ମଧ୍ୟରେ ବ୍ଲକର ୧୦ଟି ମଡେଲ ପୋଖରୀ ଓ ୧୦ଟି ରୁରାଲ ପାର୍କ କାର୍ଯ୍ୟ କରାଯିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ ସମସ୍ତ ସରପଂଚ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଭିତିଭୂମିର ତଦନ୍ତ କରି ପରାମର୍ଶ ଦେବାକୁ ଶିବିରରେ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.