Home ଓଡ଼ିଶା ରାଷ୍ଟ୍ରୀୟ ସମ୍ମାନ ସହ ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଙ୍କ ଶେଷକୃତ ସମ୍ପନ୍ନ

ରାଷ୍ଟ୍ରୀୟ ସମ୍ମାନ ସହ ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଙ୍କ ଶେଷକୃତ ସମ୍ପନ୍ନ

30

ମାଲକାନଗିରି,୨୨ା୧୦ (ଓଡିଆ ପୁଅ ) ମାଲକାନଗିରି ମାଟିର ବରପୁତ୍ର ପୁବ ର୍ତନ ଉପବାଚସ୍ପତି ଙ୍କ ପ୍ରାର୍ଥୀବ ଶରୀର ନିଜ ଗାଁ ମାଥିଲି ବ୍ଲକସ୍ଥ ପାଙ୍ଗାମ ଠାରେ ପହଁଚିବା ପରେ ଆଜି ତାଙ୍କୁ ରଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ଶୋକାକଳୁ ପରିସ୍ଥିତିରେ ଗାଁ ସ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଛି । ପାଙ୍ଗାମ ଠାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ମାଲକାନଗରି ବିଧାୟକ ଆଦିତ୍ୟ ମାଢୀ,ଚିତ୍ରକୋଣ୍ଡା ବିଧାୟକ ପୁଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାପାଳ ବିଶାଲ ସିଂ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ବରିଷ୍ଠ ଆଦିବାସୀନେତା ଗଙ୍ଗାଧରବୁରୁଦା,ମାଥିଲି ବ୍ଲକ ଚେୟାର ମେନ ଲକ୍ଷମ୍ମିପ୍ରୀୟା ନାୟକ,ମାଲକାନଗିରି ବ୍ଲକ ଚେୟାର ମେନ ଅକ୍ଷୟ ନାୟକ,ଜିଲ୍ଲା ଓକିଲ ସଂଘର କର୍ମକର୍ତା,ମାଥିଲି ଥାନା ଅଧିକାରୀ ପୁଲିସକର୍ମଚାରୀ ଓ ମାଲକାନଗରି, ମାଥିଲି ଅଚଂଳର ବିଶିଷ୍ଟ ବ୍ୟକ୍ତି ବିଶେଷ ,ତାଙ୍କ ପରିବାର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦୋରାଙ୍କ ଶେଷ ଦର୍ଶନ କରି ତାଙ୍କ ପ୍ରାର୍ଥୀବ ଶରୀରରେ ମାଲ୍ୟାର୍ପଣ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମନିଟ ନିରବ ପ୍ରର୍ଥନା କରି ଶର୍ଦ୍ଦାଜଂଳୀ ଜଣାଇଥିଲେ । ରାଷ୍ଟ୍ରୀୟ ସମ୍ମାନ ଦେବା ପରେ ତାଙ୍କୁ ବିରାଟ ସୋଭାଯାତ୍ରାରେ ଶ୍ମଶାନ ନିକଟକୁ ନିଆଯାଇ ଶେଷକୃତ ସମ୍ପନ୍ନ କରାଯାଇଥିଲା, ଗତ ୨୦ତାରିଖରେ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ୱର୍ଗତ ଦୋରା ବିଶିଷ୍ଟ ଆଦିବାସୀ ନେତା ସହ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇ ଦୁଇ ଥର ଓଡିଶା ବିଧାନ ସଭାର ଉପବାଚସ୍ପତି ଭାବେ ମନୋନିତ ହୋଇଥିଲେ ଓ ସେ କିଛି ମାସ ପାଇଁ ବିଧାନ ସଭାର ବାଚସ୍ପତି ଦାଇତ୍ୱ ନେଇ ସୁଚାରୁଭାବେ କାର୍ଯ୍ୟ ତୁଲାଇଥିଲେ । ସେ ମାଲକାନଗିରି ଜିଲ୍ଲା ଓକିଲ ସଂଘର ସଭାପତି ମଧ୍ୟଥିଲେ ।ସେ ଜଣେ ଉଚ୍ଚଶିକ୍ଷିତ ରାଜନୈତିକ ବ୍ୟକ୍ତି ଓ ବିଶିଷ୍ଟ ଆଦିବାସୀ ନେତା, ପରଉପକାରି ସମାଜସେବୀ ଥିଲେ, ସେ ଜଣେ ଏକା ଧାରରେ କବି ସୁସାହ୍ୟିତିକ, ରାଜନୈତିକ ବ୍ୟକ୍ତିଥିଲେ ବୋଲି ଏହି ଶ୍ରଦ୍ଧାଜଂଳୀ ସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନେ ମତଉପସ୍ଥାପନା କରିଥିଲେ । ତାଙ୍କ ବିୟୋଗରେ ଗତ ୨ଦିନ ଧରି ମାଲକାନଗିରି କୋର୍ଟ କଚେରୀ ବନ୍ଦରହିବା ସହିତ ତାଙ୍କ ନିଜ ଗାଁ ପାଙ୍ଗାମ ଠାରେ ଦୋକାନ ବଜାର ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.